ପତ୍ନୀଙ୍କ ନାମରେ କୁକୁରକୁ ନେଉଥିବାବେଳେ ରାଜଧାନୀ ଏକ୍ସପ୍ରେସରୁ ଧରାପଡ଼ିଲେ ଯାତ୍ରୀ

ନୂଆଦିଲ୍ଲୀ: ପତ୍ନୀଙ୍କ ନାମରେ ଟିକେଟ ବୁକ କଲେ ଆଉ ପତ୍ନୀଙ୍କ ବଦଳରେ କୁକୁରକୁ ନେବାବେଳେ ଧରାପଡ଼ିଛନ୍ତି ଯାତ୍ରୀ | ନୂଆଦିଲ୍ଲୀ-ଦିବ୍ରୁଗଡ ରାଜଧାନୀ ଏକ୍ସପ୍ରେସରେ ଏଭଳି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି କୁକୁରକୁ ପତ୍ନୀଙ୍କ ପରିଚୟରେ ନେଇ ଯାତ୍ରା କରୁଥିଲେ। କିନ୍ତୁ ହଠାତ୍ ରେଳ କର୍ମଚାରୀଙ୍କ ଅନୁସନ୍ଧାନରେ ଏହା ଧରାପଡିଗଲା। ଏହା ପରେ ରେଳବାଇ ମଧ୍ୟ ଏଥିପାଇଁ ଜରିମାନା ଲଗାଇଛି। ମିଳିଥିବା ସୂଚନା ମୁତାବକ ମୋରାଦାବାଦ ରେଳ ସୁରକ୍ଷା ବଳ ଏମିତି ଜଣେ ବ୍ୟକ୍ତିଙ୍କୁ ଧରିଛି ଯିଏ ରାଜଧାନୀର ପ୍ରଥମ ଶ୍ରେଣୀ ଏସି କୋଚରେ ନିଜ କୁକୁର ସହ ଯାତ୍ରା କରୁଥିଲେ | ଏ ବାବଦରେ ସୂଚନା ପାଇବା ପରେ ଚେକିଂ କର୍ମଚାରୀ, ଆରପିଏଫ ଏବଂ ଜିଆରପି ମିଳିତ ଭାବରେ ଉକ୍ତ ବ୍ୟକ୍ତିଙ୍କୁ ଧରିଥିଲେ। ଉଭୟ କୁକୁର ଏବଂ ବ୍ୟକ୍ତିଙ୍କୁ ଟ୍ରେନରୁ ବାହାର କରିବା ପରେ ତାଙ୍କ ଉପରେ ଜରିମାନା ଲଗାଯାଇଛି ।

ଶନିବାର ଦିନ ଏହି ଘଟଣା ଘଟିଛି। ଯେତେବେଳେ ରାଜଧାନୀ ଏକ୍ସପ୍ରେସ ଅପରାହ୍ନ ୨ଟାରେ ନୂଆଦିଲ୍ଲୀରୁ ଦିବ୍ରୁଗଡ ଅଭିମୁଖେ ଯାତ୍ରା କରିଥିଲା | ଜଣେ ବ୍ୟକ୍ତି ନିଜ ଏବଂ ତାଙ୍କ ପତ୍ନୀଙ୍କ ନାମରେ ନୂଆଦିଲ୍ଲୀରୁ ଜଲପାଇଗୁଡି ଅଭିମୁଖେ ଯାତ୍ରା କରିବାକୁ ଏସି ପ୍ରଥମ କୋଚରେ ଟିକେଟ ବୁକ୍ କରିଥିଲେ। କିନ୍ତୁ ସେ ତାଙ୍କ ପତ୍ନୀଙ୍କ ବଦଳରେ କୁକୁରକୁ ନେଉଥିଲେ। ଯାତ୍ରୀ କୋଚରେ କୁକୁର ନେବାକୁ ଅନୁମତି ଦିଆଯାଇନଥିବାବେଳେ ବ୍ୟକ୍ତି ଜଣକ ନୂଆଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ ତାଙ୍କ ପତ୍ନୀଙ୍କ ନାମରେ ବୁକ ସିଟରେ କୁକୁରକୁ ନେଉଥିଲେ |

ଯାତ୍ରୀଙ୍କୁ ପଚରାଉଚରାବେଳେ ସେ ରେଳ କର୍ମଚାରୀଙ୍କୁ କହିଥିଲେ ଯେ କୁକୁର ପାଇଁ ଟିକେଟ୍ ପାଇନଥିବାରୁ ତାଙ୍କୁ ସାଙ୍ଗରେ ନେବାକୁ ପଡିଲା | ସେଥିପାଇଁ ପତ୍ନୀଙ୍କ ନାମରେ ଟିକେଟ୍ ବୁକ୍ ହୋଇଛି | କିନ୍ତୁ ରେଳ କର୍ମଚାରୀମାନେ ତାଙ୍କୁ ମୋରାଦାବାଦରେ ଓହ୍ଲାଇ ରେଳ ନିୟମ ଦର୍ଶାଇ ଉକ୍ତ ବ୍ୟକ୍ତିଙ୍କ ଉପରେ ଜରିମାନା ମଧ୍ୟ ଲଗାଇଥିଲେ।

ସମ୍ବନ୍ଧିତ ଖବର