ତ୍ରିପୁରା ଡାକ୍ତରଙ୍କ ଅଭିନବ ଆବିଷ୍କାର: ୪୦ ଟଙ୍କାରେ ମିଳିବ ଦାମୀ ପିପିଇ ମୁଖା

ଅଗରତାଲା: ମହାମାରୀ କୋଭିଡ୍–୧ ସହ ଲଡ଼ିବା ପାଇଁ ସ୍ବାସ୍ଥ୍ୟକର୍ମୀମାନେ ହିଁ ସମ୍ମୁଖ ଯୋଦ୍ଧାର ମାନ୍ୟତା ବହନ କରୁଛନ୍ତିା ସବୁଠୁ ବେଶୀ ସଂକ୍ରମଣପ୍ରବଣ ଆଗଧାଡି଼ରେ ରହି ସେମାନେ ପୀଡି଼ତମାନଙ୍କର ଚିକିତ୍ସା କରୁଛନ୍ତିା ସୁତରାଂ ସେମାନଙ୍କୁ ପ୍ରଥମେ ସୁରକ୍ଷା ଦେବା ହିଁ ସମୟର ଆହ୍ବାନ ପାଲଟିଛିା ଏ ପରିପ୍ରେକ୍ଷୀରେ ତ୍ରିପୁରା ମେଡିକାଲ୍ କଲେଜ୍ର ଡା. ଅର୍କଦୀପ୍ତ ଚୌଧୁରୀଙ୍କ ନୂତନ ଆବିଷ୍କାର ଯଥେଷ୍ଟ ଗୁରୁତ୍ବ ବହନ କରୁଛିା କରୋନା ରୋଗୀମାନଙ୍କୁ ସିଧାସଳଖ ଚିକିତ୍ସାସେବା ଯୋଗାଉଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ସେ ଏକପ୍ରକାର ବ୍ୟକ୍ତିଗତ ସଂକ୍ରମଣ ନିରୋଧୀ ମୁଖା ବା ପିପିଇ ମାସ୍କ ବାହାର କରିଛନ୍ତିା

ଏଥିରେ ନାକ ଓ ପାଟିକୁ ସ୍ବତନ୍ତ୍ର ଭାବେ ଆବୃତ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ରହିବା ସହ ଆଖି ସାମନାରେ ସ୍ବଚ୍ଛ ଝିଲ୍ଲୀ ସମେତ ସମ୍ପୂର୍ଣ୍ଣ ମୁଖମଣ୍ତଳକୁ ଘୋଡ଼ାଇ ରଖିବା ପାଇଁ ପ୍ରାବଧାନ ମଧ୍ୟ ରହିଛିା ବଜାରରେ ମିଳୁଥିବା ଶସ୍ତା ସାମଗ୍ରୀକୁ ନେଇ ସେ ‘ଷ୍ଟ୍ରାଡ୍ରପ୍’ ନାମକ ଏହି ପିପିଇ ମାସ୍କର ପ୍ରସ୍ତୁତ କରିଛନ୍ତିା ବଜାରରେ ଅନେକ ପ୍ରକାର ନାମୀଦାମୀ ପିପିଇ ମାସ୍କ ମିଳୁଥିବା ବେଳେ ଡା. ଚୌଧୁରୀଙ୍କ ମାସ୍କର ବଶେଷତ୍ବ ହେଲା ୪୦ ଟଙ୍କା ପରି ଅତି କମ୍ ମୂଲ୍ୟରେ ଏହା ଉପଲବ୍ଧ ହୋଇପାରୁଛିା ସେ କାମ କରୁଥିବା ତ୍ରିପୁରା ମେଡିକାଲ୍ କଲେଜ୍ରେ ୩୦୦ ସଂଖ୍ୟକ ‘ଷ୍ଟ୍ରାଡ୍ରପ୍’ର ସଫଳ ବ୍ୟବହାର ପରେ ଆଉ ୨୦୦୦ ମୁଖା ପାଇଁ ବରାଦ କରାଯାଇଛିା ଏ ପ୍ରକାର ମୁଖା ପ୍ରସ୍ତୁତିରେ ମାତ୍ର ୨୦ରୁ ୨୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପ୍ରସ୍ତୁତକାରୀ ଭେଷଜ କମ୍ପାନିମାନେ ଏହାକୁ ୨୫୦ରୁ ୨୭୫ ଟଙ୍କାରେ ବିକ୍ରି କରୁଛନ୍ତିା ସୁତରାଂ ଏପରି ସ୍ଥଳେ ତାଙ୍କ ଦ୍ବାରା ପ୍ରସ୍ତୁତ ମୁଖାର ବହୁଳ ବ୍ୟବହାର ହୋଇପାରିବ ବୋଲି ଡା. ଚୌଧୁରୀ ଆଶା ରଖିଛନ୍ତିା

ସମ୍ବନ୍ଧିତ ଖବର