ହାର୍ଭାଡ୍‌କୁ ଅନୁଦାନ ଫେରସ୍ତ ମାଗିଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ : ଆମେରିକାର ପତନମୁଖୀ ଅର୍ଥନୀତିକୁ ପୁଣି ଉତ୍‌ଥାନମୁଖୀ କରିବା ପାଇଁ ଦିଆଯାଇଥିବା ଅନୁଦାନକୁ ଫେରସ୍ତ ମାଗିଛି ଟ୍ରମ୍ପ ସରକାର। ଏକ ବିଶାଳ ପୁନରୁଦ୍ଧାର ଯୋଜନା ଅଧୀନରେ ବିଶ୍ୱର ସବୁଠୁ ବିତ୍ତଶାଳୀ ବିଶ୍ୱବିଦ୍ୟାଳୟ ହାର୍ଭାଡ ଉପରେ ରାଷ୍ଟ୍ରପତି ଅନୁଦାନ ଅଜାଡ଼ି ଦେଇଥିଲେ। ୮୬ ଲକ୍ଷ ଡଲାରର ଏହି ଅନୁଦାନରେ ସେଇ ଗରିବ ଛାତ୍ରଛାତ୍ରୀମାନଙ୍କ ଜରୁରୀ ଆବଶ୍ୟକତା ପୂରଣ କରାଯାଇଥାଆନ୍ତା, ଯେଉଁମାନେ ଏଇ କୋଭିଡ୍‌-୧୯ ବିଶ୍ୱମହାମାରୀ କବଳରେ ଅସୁବିଧା ଭୋଗୁଛନ୍ତି। ଏହି ଅନୁଦାନ ଯୁକ୍ତରାଷ୍ଟ୍ର ଆମେରିକାର ୨୨୦୦୦ କୋଟି ଡଲାରର ଐତିହାସିକ ପ୍ୟାକେଜ୍‌ ଅଧୀନରେ ଥିଲେ ସୁଦ୍ଧା ପାଣ୍ଠି ଫେରସ୍ତ ପାଇବା କଥାରେ ଟ୍ରମ୍ପ ଅଟଳ ଅଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ସମସ୍ୟାରେ ପଡ଼ିଥିବା ଶିକ୍ଷାନୁଷ୍ଠାନ ପାଇଁ ଟ୍ରମ୍ପ୍‌ କେତେକ ଜରୁରୀ ପଦକ୍ଷେପ ନେଉଛି। ତେଣୁ ହାର୍ଭାଡରୁସ୍ୱତନ୍ତ୍ର ଅନୁଦାନ ଟ୍ରମ୍ପ୍‌ ଫେରସ୍ତ ନେବାକୁ ଚାହୁଛନ୍ତି।

ସମ୍ବନ୍ଧିତ ଖବର