ମାଟିରେ ମିଶିଲା ଟ୍ରମ୍ଫ ପ୍ଲାଜା : ଡିନାମାଇଟ୍ ଲଗାଇ ଉଡ଼ାଇ ଦିଆଗଲା ୩୪ ମହଲା ବିଶିଷ୍ଟ ହୋଟେଲ୍

ଆଟଲାଣ୍ଟିକ୍ ସିଟି : ମାଟିରେ ମିଶିଲା ଟ୍ରମ୍ପ ପ୍ଲାଜା । ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ନିର୍ମିତ ଏକ ଭବ୍ୟ ହୋଟେଲ୍ ଓ କ୍ୟାସିନୋ ଟ୍ରମ୍ଫ ପ୍ଲାଜାକୁ ହଜାର ହଜାର ସଂଖ୍ୟାରେ ଡାଇନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଛି । ଆମେରିକାର ଆଣ୍ଟଲାଣ୍ଟିକ ସହରରେ  ଟ୍ରମ୍ଫ  ପ୍ଲାଜା ହୋଟେଲ୍ କସିନୋ ପାଇଁ ବେଶ୍ ଜଣାଶୁଣା ଥିଲା । କିନ୍ତୁ ଏବେ ଏହି ବହୁତଳ ବିଶିଷ୍ଟ ହୋଟେଲକୁ  ୩ ହଜାର ଡାଇନାମାଇଟ୍ ଲଗାଇ ମାଟିରେ ମିଶାଇ ଦିଆଯାଇଛି । ଆଉ ସେହି ସମୟର ଦୃଶ୍ୟକୁ ଲୋକେ ଲାଇଭ୍ ଷ୍ଟ୍ରିମିଂ ଜରିଆରେଦେଖିଛନ୍ତି।

ଟ୍ରମ୍ପ ପ୍ଲାଜା ୧୯୮୪ ମସିହାରେ ଖୋଲାଯାଇଥିଲା  ଏବଂ ୨୦୧୪ରେ ଏହାକୁ ବନ୍ଦ କରିଦିଆଯାଇଥିଲା । ଘୁର୍ଣ୍ଣିବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଟ୍ରମ୍ଫ ପ୍ଲାଜା ଅଟ୍ଟାଳିକା ଅସୁରକ୍ଷିତ ହୋଇପଡିଥିଲା ।ତେଣୁ  ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସହରର ମେୟର ମାର୍ଟିନ୍ ସ୍ମାଲ । ସବୁଠୁ ବଡ କଥା ହେଉଛି, ଯେତେବେଳେ ଏହି ବିଲ୍ଡିଂକୁ ଭଙ୍ଗାଯାଉଥିଲା ସେତେବେଳେ କେବଳ ହଜାର ହଜାର ଲୋକ ଦେଖୁଥିଲେ ତା’ ନୁହେଁ ଏହାର ଲାଇଭ୍ ଟେଲିକାଷ୍ଟ ମଧ୍ୟ ହେଉଥିଲା ।

୩୪ ମହଲା ବିଶିଷ୍ଟ ଏହି ଅଟ୍ଟାଳିକା ମାତ୍ର ୨୦ ସେକେଣ୍ଟ ମଧ୍ୟରେ ଭାଙ୍ଗି ମାଟିରେ ମିଶିଗଲା । ଆଉ ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ସ୍ଥନୀୟ ମେୟରଙ୍କ କହିବାକଥା, ଏହି ବିଲ୍ଡିଂ ଭାଙ୍ଗିବା ପରେ ଏହାର ଭଗ୍ନାଶଂ ପ୍ରାୟ ୮ମହଲା ଉଚ୍ଚାର ଗଦା ହୋଇ ରହିଛି । ଆଉ ଏହାକୁ ସଫା କରିବା ପାଇଁ ଜୁନ୍ ମାସ ଯାଏ ସମୟ ଲାଗିବ ।

ସମ୍ବନ୍ଧିତ ଖବର