ହିନ୍ଦୁମାନଙ୍କ ଧାର୍ମିକ ପ୍ରତୀକ ସ୍ୱସ୍ତିକ ସଙ୍କେତକୁ ନେଇ ବିବାଦରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ପୁଣି ଥରେ ବିବାଦରେ ଫସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌। ସେ ଗତକାଲି ରାତି ସାଢେ ୧୦ଟାରେ ଏକ ଟ୍ଵିଟ୍‌ କରିଥିଲେ, ଯାହାକୁ ନେଇ ବିବାଦ ଉଠିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ନିଜର ଏକ ଟ୍ଵିଟ୍‌ରେ ଜଣେ ବ୍ୟକ୍ତି ହାତରେ ଝାଡ଼ୁ ଧରି ହିନ୍ଦୁମାନଙ୍କ ଧାର୍ମିକ ପ୍ରତୀକ ସ୍ୱସ୍ତିକ ସଙ୍କେତକୁ ପିଛା କରୁଥିବାର ଦେଖିବାକୁ ମିଳିଥିଲା ।

photo-oneindia

ଏହି ଟ୍ଵିଟ୍‌ ଦେଖିବାପରେ ସୋସିଆଲ୍‌ ମିଡିଆରେ ଲୋକେ ଚିଡ଼ି ଉଠିଥିଲେ। ଜଣେ ବ୍ୟକ୍ତି ଏହାର ପ୍ରତିକ୍ରିୟାରେ ଲେଖିଛନ୍ତି ‘ଅରବିନ୍ଦଜୀ ଆପଣଙ୍କର ମୋଦିଜୀ ଓ ଭାରତୀୟ ଜନତା ପାର୍ଟି ସହିତ ସମସ୍ୟା ରହିଛି। ଆମ ସହିତ ବି ଆପଣଙ୍କର ଅପଡ଼ ହୋଇପାରେ। ଆମକୁ ଗାଳି ଦିଅନ୍ତୁ, ଆମକୁ କୁହନ୍ତୁ, କିନ୍ତୁ ହିନ୍ଦୁ ଧର୍ମର ଚିହ୍ନକୁ ଅପମାନିତ କରନ୍ତୁ ନାହିଁ। ସ୍ୱସ୍ତିକ ଆମର ପବିତ୍ର ସଙ୍କେତ। ଯାହାକୁ ଆମେ ପୂଜା କରିଥାଉ।’ ଏହାକୁ ଅନେକ ୟୁଜର୍ ସମାଲୋଚନା କରିଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଏହି ଟ୍ଵିଟ୍‌ ଆମ୍ ଆଦମି ପାର୍ଟିପାଇଁ କାଳ ହୋଇପାରେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର