ବିବାହର ଦୁଇଦିନ ପରେ କରୋନା ଆକ୍ରାନ୍ତ ହେଲେ ନବବଧୂ, ବର ଓ ପୁରୋହିତଙ୍କ ସମେତ ୩୨ଜଣଙ୍କୁ କରାଗଲା ସଙ୍ଗରୋଧ

ଭୋପାଳ: ବିବାହର ଦୁଇ ଦିନ ପରେ ମଧ୍ୟପ୍ରଦେଶର ଜଣେ ମହିଳା ମାରାତ୍ମକ  କରୋନା ପଜିଟିଭ୍ ଥିବା ପରୀକ୍ଷାରୁ ଜଣାପଡ଼ିଛି | ନବବଧୂଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ବର ସମେତ ୩୨ ଜଣ ସଙ୍ଗରୋଧରେ ରହିବା ପାଇଁ ବାଧ୍ୟ ହୋଇଛନ୍ତି |

ଭୋପାଳର ଜାଟ ଖେଡି ଅଞ୍ଚଳର ଏହି ମହିଳା ଜଣକ ସୋମବାର ଦିନ ରାଇସେନ ଜିଲ୍ଲାରେ ଥିବା ମାଣ୍ଡିଦୀପ ଅଞ୍ଚଳର ସତଲାପୁର ଗାଁର ଯୁବକଙ୍କୁ ବିବାହ କରିଥିଲେ ଏବଂ ବିବାହର ଦୁଇ ଦିନ ପରେ ବୁଧବାର କୋଭିଡ-୧୯ ପାଇଁ ନମୁନା ପରୀକ୍ଷା କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂତ୍ର ଅନୁଯାୟୀ, ଏହାପରେ  ବର ଏବଂ ବିବାହ ଉତ୍ସବରେ ଯୋଗ ଦେଇଥିବା ପୁରୋହିତଙ୍କ ସମେତ ପ୍ରାୟ ୩୨ଜଣଙ୍କୁ ଏବେ ଘରେ ସଙ୍ଗରୋଧରେ ରଖାଯାଇଥିବାବେଳେ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇଥିବା ନବ ବିବାହିତା ମହିଳାଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତି କରାଯାଇଛି | ସଙ୍ଗରୋଧରେ ଥିବା ୩୨ଜଣ ଅନ୍ୟ କାହା କାହା ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ସେ ନେଇ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ବର୍ତ୍ତମାନ ଅନୁସନ୍ଧାନ ଆରମ୍ଭ କରିଛନ୍ତି |

11 booked for marriage sans permission | Deccan Herald
Deccan Herald

ସୂଚନାନୁସାରେ, ମହିଳା ଗତ ସପ୍ତାହରେ ଜ୍ୱର ବିଷୟରେ ନିଜ ପରିବାରକୁ ଜଣାଇଥିଲେ, ଯାହା ପରେ ତାଙ୍କୁ ନିୟମିତ ଜ୍ୱର ଔଷଧ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେ ଜ୍ୱରରୁ ସୁସ୍ଥ ହୋଇଥିଲେ | କିନ୍ତୁ ତାଙ୍କ ପିତାମାତା ସ୍ପଷ୍ଟ ହେବା ପାଇଁ ଶନିବାର ଦିନ ଭୋପାଳରେ କୋଭିଡ-୧୯ ପାଇଁ ନମୁନା ପରୀକ୍ଷା କରିବା ପାଇଁ ଦେଇଥିଲେ। ଏହାର ଦୁଇଦିନ ପରେ ସୋମବାର ମହିଳାଙ୍କ ବିବାହ ହୋଇଥିଲା | ବୁଧବାର ରିପୋର୍ଟ ସାମ୍ନାକୁ ଆସିବା ପରେ ମହିଳଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା |

ସମ୍ବନ୍ଧିତ ଖବର