କାଲୁଚକ ସାମରିକ କ୍ୟାମ୍ପ୍‌ରେ ଦେଖାଗଲା ଦୁଇଟି ଡ୍ରୋନ୍‌; ସେନା ଷ୍ଟେସନ୍‌ମାନଙ୍କରେ ହାଇ ଆଲର୍ଟ

ଜମ୍ମୁ: ଗତରାତିରେ ଜମ୍ମୁସ୍ଥିତ କାଲୁଚକ ସାମରିକ ଷ୍ଟେସନ୍‌ ପାଖରେ ଦୁଇଟି ଡ୍ରୋନ୍ ଦୃଶ୍ୟମାନ ହୋଇଥିଲା। ଆର୍ମି ବେସ୍‌ ଭିତରେ ରାତି ୧୧.୩୦ରେ ଗୋଟିଏ ଡ୍ରୋନ୍‌ ଉଡୁଥିବା ଦେଖାଯାଇଥିବା ବେଳେ ଅନ୍ୟଟି ରାତି ୧.୩୦ରେ ‌ଉଡୁଥିଲା। ଜାଗ୍ରତ ଥିବା ସେନା ଜବାନମାନେ ସ‌େ ଦୁଇଟିକୁ ତଳକୁ ଖସାଇବା ନିମନ୍ତେ ଗୁଳି ଚଳାଇଥିଲେ।

ପୁଲିସ କହିବା ଅନୁସାରେ, ଜମ୍ମୁ ପଠାନକୋଟ୍ ଜାତୀୟ ରାଜପଥ ଅନ୍ତର୍ଗତ କାଲୁଚକ-ପୁରମଣ୍ଡଳ ଅଞ୍ଚଳରେ ଦୁଇଟି ‘କ୍ବାଡ୍‌କପ୍ଟର୍‌’ ବା ଡ୍ରୋନ୍‌ ଦେଖାଯାଇଥିଲା। ସନ୍ଦିଗ୍ଧ ଡ୍ରୋନ୍‌ ଦୁଇଟି କାଲୁଚକ ସାମରିକ ଷ୍ଟେସନ୍‌ ନିକଟରେ ଉଡୁଥିଲା।

ଅନ୍ଧକାରରେ ବିଲିନ ହୋଇଯିବା ପୂର୍ବରୁ ସେନା କର୍ମଚାରୀମାନେ ଡ୍ରୋନ୍ ଦୁଇଟି ଆଡ଼କୁ ୨୦ରୁ ୨୫ ରାଉଣ୍ଡ୍‌ ଗୁଳି ଚଳାଇଥିଲେ। ଡ୍ରୋନ୍‌ ଦୁଇଟିକୁ ଖୋଜି ବାହାର କରିବା ଲାଗି କାଲୁଚକ ସାମରିକ ‌ଷ୍ଟେସନ୍‌ ଭିତରେ ବ୍ୟାପକ ତଲାସ ଚାଲିଛି।

ଜମ୍ମୁ ଅଞ୍ଚଳରେ ବିଶେଷକରି ଆର୍ମି ଷ୍ଟେସନ୍‌ଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର