ନଜର କେ ସାମ୍‌ନେ….ଗୀତ ଗାଇ ସୋସିଆଲ ମିଡିଆରେ ଛାଇଲେ ଉବେର ଚାଳକ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଲୋକପ୍ରିୟ ବନିଥିଲେ ରାନୁ ମଣ୍ଡଳ । ଯାହା ପରେ ତାଙ୍କୁ ବଲିଉଡ୍‌ରେ ଗୀତ ଗାଇବାର ସୁଯୋଗ ମିଳିଥିଲା । ରାନୁଙ୍କ ପରେ ଏବେ ଜଣେ ଉବେର ଚାଳକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଗାଉଥିବା ଚାଳକ ଜଣଙ୍କ ହେଲେ ବିନୋଦ । ସେ ନିଜ ଗାଡ଼ି ଭିତରେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ସାନୁଙ୍କ ସୁପରହିଟ୍‌ ଗୀତ ନଜର କେ ସାମ୍‌ନେ ଗାଉଥିବାର ଦେଖାଯାଉଛି । ତାଙ୍କ ସ୍ୱର ଏବେ ସମସ୍ତଙ୍କୁ ପସନ୍ଦ ଆସୁଥିବା ବେଳେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

ଚାଳକ ଜଣଙ୍କ ନିଜ ଗାଡ଼ି ଭିତରେ ବସି ମାଇକ୍‌ରେ ଗୀତଟିକୁ ଗାଉଥିବାର ଦେଖାଯାଉଛି । ୫୫ସେକେଣ୍ଡର ଏହି ଭିଡିଓକୁ ଲୋକ ପସନ୍ଦ କରୁଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି । ଟୁଇଟ୍‌ରରେ ଏହି ଭିଡିଓ ସେୟାର କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଉବେରରେ ଆସୁଥିବା ସମୟରେ ମୁଁ ବିନୋଦଙ୍କ ଗାଇବା କଳା ବିଷୟରେ ଜାଣିଥିଲି । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ମୁଁ ତାଙ୍କୁ ମୋ ପାଇଁ ଗୀତ ଗାଇବାକୁ କହିଲି । ଯାହା ପରେ ସେ ମୋ ପାଇଁ ନଜର କେ ସାମ୍‌ନେ ଗୀତ ଗାଇଥିଲେ । ତାଙ୍କ ସ୍ୱର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଦୟାକରି ଭିଡିଓ ସେୟାର କରନ୍ତୁ ଏବଂ ତାଙ୍କୁ ଲୋକପ୍ରିୟ କରିବାରେ ସାହାଯ୍ୟ କରନ୍ତୁ ।

ସମ୍ବନ୍ଧିତ ଖବର