କରୋନାଭାଇରସ୍ ଆକ୍ରାନ୍ତ ଚିହ୍ନଟ ପାଇଁ କୁକୁରଙ୍କୁ ତାଲିମ ଦେବ ଇଂଲଣ୍ଡର ଦାତବ୍ୟ ସଂସ୍ଥାନ “ମେଡିକାଲ୍ ଡିଟେକ୍ସନ୍ ଡଗସ୍’ 

ଲଣ୍ଡନ୍: କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ନିମନ୍ତେ ବୈଜ୍ଞାନିକମାନଙ୍କ ସହ ମିଶି କୁକୁରମାନଙ୍କୁ ତାଲିମ ଦେଉଥିବା କଥା ଇଂଲଣ୍ଡର ଏକ ଦାତବ୍ୟ ସଂସ୍ଥା କହିଛି ।

“ମେଡିକାଲ୍ ଡିଟେକ୍ସନ୍ ଡଗସ୍’ ନାମକ ଉକ୍ତ ସଂସ୍ଥାନ କହିଛି ଯେ “ଲଣ୍ଡନ୍ ସ୍କୁଲ୍ ଅଫ୍ ହାଇଜିନ୍ ଆଣ୍ଡ୍ ଟ୍ରପିକାଲ୍ ମେଡିସିନ୍’ ଏବଂ “ଡରହାମ୍ ୟୁନିଭର୍ସିଟି’ର ବୈଜ୍ଞାନିକମାନଙ୍କର ଏକ ଟିମ୍ ସହ କୁକୁରମାନଙ୍କୁ ତାଲିମ ଦେବା ପାଇଁ ସେ ଉଦ୍ୟମ କରୁଛି । ନିକଟ ଅତୀତରେ ସେମାନେ ମ୍ୟାଲେରିଆ ଚିହ୍ନଟ କରିବାକୁ କୁକୁରମାନଙ୍କୁ ତାଲିମ ଦେଇ ସଫଳ ହୋଇଥିଲେ । କ୍ୟାନସର୍ ଏବଂ ପାର୍କିନସନ୍ ଭଳି ରୋଗ ଚିହ୍ନଟ କରିବାରେ ମଧ୍ୟ ପୂର୍ବରୁ କୁକୁରମାନଙ୍କୁ ତାଲିମ ଦିଆଯାଇ ସଫଳତା ହାସଲ କରାଯାଇଛି । ସେହି ନ୍ୟାୟରେ କୁକୁରମାନେ କୋଭିଡ୍-୧୯ ଚିହ୍ନଟ କରିପାରିବେ ବୋଲି ସେମାନେ ନିଶ୍ଚିତ ହୋଇଛନ୍ତି ।

Image Source: Udayvani

“ମେଡିକାଲ୍ ଡିଟେକସନ୍ ଡଗସ୍’ର ସିଇଓ ଏବଂ ସହସଂସ୍ଥାପକ ଡକ୍ଟର୍ କ୍ଲେୟାର୍ ଗେଷ୍ଟ୍ କହିଛନ୍ତି ଯେ ରୋଗୀଙ୍କ ଶରୀରରୁ କେମିତି ନିରାପଦରେ କରୋନାଭାଇସର ବାସ୍ନା ଆଣି କୁକୁରଙ୍କୁ ଶୁଙ୍ଘାଇବୁ ସେଥିପାଇଁ ଉପାୟ କରୁଛୁ ।

ଲକ୍ଷଣ ପ୍ରକାଶ ନ ପାଇଥିବା ରୋଗୀଙ୍କ ସମେତ କୁକୁରମାନେ ଯେକୌଣସି ବ୍ୟକ୍ତିଙ୍କୁ ସ୍କ୍ରିନ୍ କରିପାରିବେ । ସେଥିରୁ ଆମେ ଜାଣିପାରିବୁ କାହାକୁ ପରୀକ୍ଷା କରାଯିବ କାହାକୁ କରା ନ ଯିବ । ଏହା ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । ପରୀକ୍ଷା ଉପକରଣ ବଞ୍ଚାଇବ ଯାହାକୁ ନିହାତି ଆବଶ୍ୟକ ଏବଂ ଜରୁରୀ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ।

 

 

 

ସମ୍ବନ୍ଧିତ ଖବର