ପ୍ରଥମ ‘ଜାତୀୟ ସିଙ୍ଗଡ଼ା ସପ୍ତାହ’ ପ୍ରସ୍ତୁତି ପଥେ ଇଂଲଣ୍ଡ୍‌ର ୬ଟି ସହର

ଲଣ୍ଡନ୍‌: ଆସନ୍ତା ମାସରେ ପାଳିତ ହେବାକୁ ଯାଉଥିବା ସର୍ବ ପ୍ରଥର୍ମ ‘ଜାତୀୟ ସିଙ୍ଗଡ଼ା ସପ୍ତାହ’ରେ ଭାଗ ନେବେ ଇଂଲଣ୍ଡ୍‌ର ୬ଟି ସହର। ଏଥିରେ ଅଂଶଗ୍ରହଣକାରୀମାନେ ଜନକଲ୍ୟାଣ ପାଇଁ ଅର୍ଥ ଯୋଗାଡ଼ କରିବାକୁ ଜନପ୍ରିୟ ଭାରତୀୟ ଜଳଖିଆ ସିଙ୍ଗଡ଼ା ତିଆରି କରିବେ, ବିକ୍ରୟ କରିବେ ଓ ଖାଇବେ।

ଆସନ୍ତା ଏପ୍ରିଲ୍‌ ୯ ରୁ ୧୩ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ହେଉଛି ଲିସେଷ୍ଟର୍‌ର ଜଣେ ସାମ୍ବାଦିକଙ୍କ ପରକଳ୍ପନା। ତାଙ୍କର ବିଶ୍ୱାସ ସମସ୍ତ ପ୍ରତିବନ୍ଧକ ଏଡ଼ାଇ ଇଂଲଣ୍ଡରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏହି ତ୍ରିକୋଣାକାର ସୁସ୍ୱାଦୁ ଜଳଖିଆ ଏକତ୍ର କରିବାର ମାଧ୍ୟମ ହୋଇପାରିବ।

ଭାରତୀୟ ଉପମହାଦେଶରେ ଏହି ତ୍ରିକୋଣାକାର ଜଳଖିଆଟି ଚା ସହ ଖିଆଯାଉ ଥିଲେ ମଧ୍ୟ ଏହାର ମହତ୍ତ୍ୱ ଢେର ଅଧିକ। ଦକ୍ଷିଣ ଏସିଆର ସମୃଦ୍ଧ ଖାଦ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରାଇବାକୁ ଗୋଟିଏ ସପ୍ତାହ ଉପଯୋଗ କରାଯିବ ବୋଲି ଏହାର ପରିକଳ୍ପନା କରିଥିବା ରୋମୈଲ୍‌ ଗୁଲ୍‌ଜାର୍‌ କହିଛନ୍ତି।

କଥିତ ଅଛି ସିଙ୍ଗଡ଼ାର ସୃଷ୍ଟି ମଧ୍ୟପ୍ରାଚ୍ୟରେ ଏବଂ ଭ୍ରମଣକାରୀ ବଣିକମାନେ ଏହାକୁ ଖାଉଥିଲେ। ସେମାନଙ୍କ ଦ୍ୱାରା ସିଙ୍ଗଡ଼ା ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶକୁ ଯାଇଥିଲା।

ବର୍ମିଂହାମ୍‌, ମଞ୍ଚେଷ୍ଟର୍‌, କୋଭେଣ୍ଟ୍ରି, ନଟିଙ୍ଗ୍‌ହାମ୍‌ ଏବଂ ରାଡଲ୍‌ଟ୍‌ ଆଦି ସହର ଏହି ଅଭିଯାନରେ ସାମିଲ ହେବେ।

ସମ୍ବନ୍ଧିତ ଖବର