ତାମିଲନାଡୁରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ୍, ଜଣେ ମୃତ

ଚେନ୍ନାଇ: ତାମିଲନାଡୁର ମଦୁରାଇ ଜିଲ୍ଲାରେ ଥିବା ନାଥମ୍ ରୋଡରେ ଏକ ନିର୍ମାଣାଧୀନ ବ୍ରିଜ୍ ଭୁଶୁଡି ପଡିଛି। ଆଜି ସନ୍ଧ୍ୟାରେ ନିର୍ମାଣାଧୀନ ଫ୍ଲାଏଓଭରର ଏକ କଂକ୍ରିଟ୍ ବ୍ଲକ୍ ଖସିପଡି ଦୁଇଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

୪୦ରୁ ଅଧିକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। କଂକ୍ରିଟ୍ ବ୍ଲକ୍ ତଳେ କେହି ଫସି ରହିଛନ୍ତି କି ନାହିଁ ଯାଞ୍ଚ କରିବା ପାଇଁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରତ୍ୟେକ କଂକ୍ରିଟ ବ୍ଲକର ଓଜନ ୭୦ ଟନ୍ ବୋଲି କୁହାଯାଉଛି | ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ମଦୁରାଇ ଏବଂ ଚେଟିକୁଲମ୍ ମଧ୍ୟରେ ଏହି ସେତୁ ନିର୍ମାଣ କରାଯାଉଛି।

ସେତୁ ନିର୍ମାଣ ହେବା ପରେ ଚେନ୍ନାଇ ଏବଂ ମଦୁରାଇ ମଧ୍ୟରେ ଯାତ୍ରା ସମୟ ଦେଢ଼ ଘଣ୍ଟା ହ୍ରାସ ପାଇବ ବୋଲି ଜଣାଯାଇଛି। ତେବେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଉତ୍ତରପ୍ରଦେଶର ଆକାଶ ସିଂ (୪୫) ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର