ଦରିଆପାରି ସମ୍ପତ୍ତି ଫ୍ରିଜ୍‌ ହେବା ପରେ ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ଡ୍ରଗ୍‌ ଟଙ୍କା ନିବେଶ କରିଛି ଦାଉଦ୍‌ ଇବ୍ରାହିମ୍‌

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ସମ୍ପତ୍ତି ଫ୍ରିଜ୍‌ କରାଯିବା ପରେ ସୁସଙ୍ଗଠିତ କ୍ରାଇମ୍‌ ସିଣ୍ଡିକେଟ୍‌ ଜରିଆରେ ଉପାର୍ଜନ କରିଥିବା ଅର୍ଥକୁ ଅଣ୍ଡର୍‌ଓ୍ଵାର୍ଲଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ନିବେଶ କରିଛି।

କେତେକ କ୍ୟାପିଟାଲ୍‌ ସିକ୍ୟୁରିଟି ଫାର୍ମ ଜରିଆରେ ପାକିସ୍ତାନର ସମସ୍ତ ତିନୋଟି ଷ୍ଟକ୍‌ ଏକ୍ସଚେଞ୍ଚ୍‌ରେ ବିନିଯୋଗ କରାଯାଇଛି।

ଏକଥା ଭାରତୀୟ ଗୁଇନ୍ଦା ଏଜେନ୍‌ସିମାନେ ଜାଣିପାରିଛି। ଦାଉଦ୍‌ ଇବ୍ରାହିମ୍‌ ନିଶାଔଷଧ ଚୋରାଚାଲାଣ, ଜାଲ୍‌ ଭାରତୀୟ ମୁଦ୍ରା ର‍୍ୟାକେଟ୍‌, ବନ୍ଧୁକ ଆଦି କାରବାର ଏବଂ ବଟି ଆଦାୟରୁ ଏହି ଅର୍ଥ ଉପାର୍ଜନ କରିଛି ବୋଲି ଏଜେନ୍‌ସି କହିଛି।

Image Source: India TV

ସମ୍ପ୍ରତି ଲଣ୍ଡନ୍‌ ଜେଲ୍‌ରେ ଥିବା ଡି-କମ୍ପାନିର ପଏଣ୍ଟ ମ୍ୟାନ୍‌ ଜବିର ମୋତି ୫ଟିରୁ ଅଧିକ କ୍ୟାପିଟାଲ୍‌ ସିକ୍ୟୁରିଟି କମ୍ପାନି ଚଳାଉଛି ଏବଂ ସେଗୁଡ଼ିକ କରାଚି ଷ୍ଟକ୍‌ ଏକ୍ସଚେଞ୍ଜ୍‌ରୁ ପରିଚାଳିତ ହୋଇଥିଲା। ସେଗୁଡ଼ିକ ପିଏସ୍‌ଏକ୍ସରେ ମିଶିଯାଇଥିଲା।

ଗୁଇନ୍ଦା ରିପୋର୍ଟ ଅନୁସାରେ, ଦାଉଦ୍‌ ଇବ୍ରାହିମ୍‌ ହବିବ୍‌ ବ୍ୟାଙ୍କ୍‌ର ସବ୍‌ସିଡିଆରି ହବିବ୍‌ ମେଟ୍ରୋପଲିଟାନ୍‌ ଫାଇନାନ୍‌ସିଆଲ୍‌ ସର୍ଭିସେସ୍‌ ସହ ପରିଚୟ କରାଇ ଦେଇଥିଲେ କ୍ରିକେଟ୍‌ ତାରକା ଜାଭେଦ୍‌ ମିଅାଁଦାଦ୍‌। ଏଚ୍‌ଏମ୍‌ଏଫ୍‌ ହେଉଛି ପାକିସ୍ତାନର ବଡ଼ ଇକ୍ୱିଟି ବ୍ରୋକରେଜ୍‌ ଫାର୍ମ।

ସମ୍ବନ୍ଧିତ ଖବର