ବାଦଲକୁ ଦୋଷ ଦେଲେ ସୂର୍ଯ୍ୟୋପରାଗ ଦେଖିବାରୁ ବଞ୍ଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ସକାଳେ ସଂଘଟିତ ହୋଇଥିବା ବିରଳ ବଳୟ ସୂର୍ଯ୍ୟୋପରାଗ ଦେଖିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟୁଇଟ୍ କରିଛନ୍ତି ।  ସେ କହିଛନ୍ତି, ଦୁଃଖର କଥା ବାଦଲ ପାଇଁ ମୁଁ ସୂର୍ଯ୍ୟୋପରାଗ ଦେଖି ପାରିଲି ନାହିଁ।

ପ୍ରଧାନମନ୍ତ୍ରୀ  ଟୁଇଟ୍‌ କରି ଲେଖିଛନ୍ତି: ଅନେକ ଭାରତୀୟଙ୍କ ପରି ମୁଁ ବି ୨୦୧୯ ସୂର୍ଯ୍ୟୋପରାଗ ଦେଖିବାକୁ ଆଗ୍ରହୀ ଥିଲି। ଦୁର୍ଯୋଗକୁ ମେଘ ଢାଙ୍କି ଥିବାରୁ ମୁଁ ସୂର୍ଯ୍ୟଙ୍କୁ ଦେଖି ପାରିଲି ନାହିଁ। କିନ୍ତୁ, ଲାଇଭ୍‌ ଷ୍ଟ୍ରିମ୍‌ ଯୋଗେ ମୁଁ କୋଝିକୋଡ୍‌ ଏବଂ ଅନ୍ୟ ଅଞ୍ଚଳର ସୂର୍ଯ୍ୟୋପରାଗ ଦେଖିଲି। ବିଶେଷଜ୍ଞମାନଙ୍କୁ ବିଭିନ୍ନ ପ୍ରଶ୍ନ କରି ଏ ସମ୍ବନ୍ଧରେ ମୋର ଜ୍ଞାନ ମଧ୍ୟ ବଢ଼ାଇଲି।

ଭାରତର କେତେକ ଅଞ୍ଚଳରେ, ବିଷେଶକରି ଦକ୍ଷିଣ ଭାଗରେ ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ସୂର୍ଯ୍ୟୋପରାଗ ଦିନ ୧୧ଟା ଯାଏଁ ଦେଖା ଯାଇଥିଲା।

ସମ୍ବନ୍ଧିତ ଖବର