ନାଗରିକତ୍ୱ ସଂଶୋଧନ ବିଧେୟକକୁ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ଧାର୍ମିକ ଉତ୍ପୀଡ଼ର ସରବ୍ୟ ହେଉଥିବା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣମୁସଲମାନ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ ନିମନ୍ତେ ପ୍ରସ୍ତୁତ ନାଗରିକତ୍ୱ (ସଂଶୋଧନ) ବିଧେୟକକୁ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛି।

ଆଗାମୀ ଦୁଇ ଦିନ ମଧ୍ୟରେ ‘ନାଗରିକତ୍ୱ ଆଇନ, ୧୯୫୫କୁ ସଂଶୋଧନ କରାଯିବାକୁ ଏକ ବିଧେୟକ ପାର୍ଲାମେଣ୍ଟ୍‌ରେ ଆଗତ କରାଯିବ।
ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ଛଅଟି ଧାର୍ମିକ ସଂଖ୍ୟାଲଘୁ- ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନ୍‌ମାନଙ୍କୁ ତୁରନ୍ତ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବାକୁ ନାଗରିକତ୍ୱ ଆଇନ୍‌, ୧୯୫୫ ସଂଶୋଧନ କରିବାକୁ ସିଟିଜେନ୍‌ସିପ୍‌ ଆମେଣ୍ଡ୍‌ମେଣ୍ଟ୍‌ ବିଲ୍‌ ପ୍ରସ୍ତାବ ଦେଇଛି।

Image Source: India TV

୨୦୧୪ ଏବଂ ୨୦୧୫ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରେ ନାଗରିକତ୍ୱ ସଂଶୋଧନ ବିଧେୟକ ଥିଲା ଅନ୍ୟତମ।

ସମ୍ବନ୍ଧିତ ଖବର