ଚା’ ଦୋକାନକୁ ଧକ୍କା ଦେଲା ଟ୍ରକ, ୬ମୃତ, ୪ଗୁରୁତର

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲା ଅନ୍ତର୍ଗତ ଭବରକୋଲ ଅଞ୍ଚଳର ଅହିରୋଲି ଗ୍ରାମର ଗାଜିପୁର- ବଲିଆ ରାସ୍ତାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

 

ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଚା’ ଦୋକାନକୁ ଧକ୍କା ଦେଇଥିଲା। ଫଳରେ ଦୋକାନ ସାମ୍ନାରେ ବସି ଚା’ ପିଉଥିବା ବେଳେ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଏଥିରେ ଗୁରୁତର ହୋଇଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି।

ଏଥିସହିତ ମୃତକଙ୍କ ପରିବାରଲୋକଙ୍କୁ ସମବେଦନା ଜଣାଇବା ସହିତ ୨-୨ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହିତ ଗୁରୁତରଙ୍କୁ ଯଥା ସମ୍ଭବ ସାହାଯ୍ୟ ପାଇଁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର