ରେନ୍‌ବୋ ସାର୍ଟକୁ ନେଇ କାତାରରେ ଅଟକ ଥିବା ୟୁଏସ୍ ସାମ୍ବାଦିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଏଲ୍‌ଜିବିଟିକ୍ୟୁ ସମ୍ପ୍ରଦାୟର ସମର୍ଥନରେ ରେନ୍‌ବୋ ସାର୍ଟ ପିନ୍ଧିବାକୁ ନେଇ କାତାରରେ କିଛି ସମୟ ପାଇଁ ଅଟକ ରହିଥିବା ଆମେରିକୀୟ ସାମ୍ବାଦିକ ଗ୍ରାଣ୍ଟ ୱାଲ ଫିଫ‌ା ବିଶ୍ବକପ୍ ଖବର ପ୍ରସାରଣ କଲାବେଳେ ମୃତ୍ୟୁବରଣ କରିଥିବା ତାଙ୍କ ଭାଇ ଶନିବାର ପ୍ରକାଶ କରିଛନ୍ତି। ଲୁସେଲ ଆଇକନିକ୍ ଷ୍ଟାଡିୟମ୍‌ରେ ଶୁକ୍ରବାର ଆର୍ଜେଣ୍ଟିନା ଓ ନେଦରଲାଣ୍ଡ ମଧ୍ୟରେ ଚାଲିଥିବା କ୍ବାର୍ଟରଫାଇନାଲ ମ୍ୟାଚ୍ ଖବର ପ୍ରସାରଣ କଲାବେଳେ ଗ୍ରାଣ୍ଟ ତଳେ ପଡ଼ିଯାଇଥିଲେ। ତେବେ ଗ୍ରାଣ୍ଟଙ୍କ ଭାଇ ଏରିକ୍ ଅଭିଯୋଗ କରିଛନ୍ତି ଯେ, ଏହି ମୃତ୍ୟୁ ପଛରେ କାତାର ସରକାରଙ୍କ ହାତ ରହିଛି। ‘ମୋ ଭାଇଙ୍କୁ ହତ୍ୟା ଧମକ ମିଳିଥିଲା ଏବଂ କାତାର ପୁଲିସ ତାଙ୍କୁ ଟାର୍ଗେଟ୍‌ କରିଥିଲା’ ବୋଲି ଏରିକ୍‌ କହିଛନ୍ତି।

ସମ୍ବନ୍ଧିତ ଖବର