ଭେନିଜୁଏଲାରୁ ତୈଳ ଖରିଦ ନ କରିବାକୁ ଭାରତକୁ ଆମେରିକାର ଚେତାବନୀ

ଓ୍ଵାସିଂଟନ୍‌: ଭେନିଜୁଏଲୀୟ ତୈଳ ଖରିଦ ନ କରିବାକୁ ଭାରତ ସମେତ କେତେକ ଦେଶକୁ ଚେତାବନୀ ଦେଇଛନ୍ତି ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ଜନ୍‌ ବୋଲ୍‌ଟନ୍‌। ମଙ୍ଗଳବାର ଦିନ ଟୁଇଟ କରି ସେ କହିଛନ୍ତି: ଭେନିଜୁଏଲୀୟ ରାଷ୍ଟ୍ରପତି ନିକୋଲାସ୍‌ ମାଡୁରୋଙ୍କ ଭେନିଜୁଏଲୀୟ ସମ୍ବଳ ଚୋରିକୁ ସମର୍ଥନ କରୁଥିବା ଦେଶ ଓ ଉଦ୍ୟୋଗ ସବୁକୁ ଭୁଲି ହେବ ନାହିଁ। ଅଧିକ ତୈଳ ବିକ୍ରୟ କରିବାକୁ ଭେନିଜୁଏଲୀୟ ତୈଳ ମନ୍ତ୍ରୀ ମାନୁଏଲ୍‌ କ୍ୱେଭେଦୋଙ୍କ ଭାରତ ଗସ୍ତ ସଂକ୍ରନ୍ତ ଏକ ଖବର ମଧ୍ୟ ସେ ପୋଷ୍ଟ୍‍ କରିଛନ୍ତି।

ସେ ଆହୁରି ଲେଖିଛନ୍ତି: ଭେନିଜୁଏଲୀୟ ଲୋକଙ୍କ ସମ୍ପତ୍ତି ସଂରକ୍ଷିତ ରଖିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ତା’ର ସବୁ କ୍ଷମତା ବ୍ୟବହାର କରିବ ଏବଂ ଏ ଭଳି କରିବାକୁ ଅନ୍ୟ ସମସ୍ତ ଦେଶକୁ ଉତ୍ସାହ ଦେବ।

ଭେନିଜୁଏଲାରୁ ଯୁକ୍ତରାଷ୍ଟ୍ର ଆମେରିକା ତୈଳ ଆମଦାନି ବନ୍ଦ କରି ଦେବାରୁ, ଭେନିଜୁଏଲାର ରାଷ୍ଟ୍ରାୟତ ତୈଳ କମ୍ପାନି ପିଡିଭିଏସ୍‌ଏ ଚୀନ୍‌ ଓ ଭାରତ ଭଳି ଅଧିକ ତୈଳ ବ୍ୟବହାର କରୁଥିବା କ୍ରେତା ଖୋଜୁଛି।

ଆମେରିକାର ଏଭଳି ଚେତାବନୀ ବିରୋଧରେ ପ୍ରତିକ୍ରିୟା ଦେଇ ଭେନିଜୁଏଲାର ବୈଦେଶିକ ମନ୍ତ୍ରୀ ଜର୍ଜ ଆଲ୍‌ବର୍ଟୋ ଆରେଜା କହିଛନ୍ତି ଯେ ଏହା ହେଉଛି ବିଶ୍ୱ ଏକଚ୍ଛତ୍ରବାଦ ପ୍ରବର୍ତ୍ତନ କରିବା ନିମନ୍ତେ ଓ୍ଵାସିଂଟନ୍‌ର ଉଦ୍ୟମ।

ଭେନିଜୁଏଲାର ରାଷ୍ଟ୍ରପତି ଭାବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏବଂ ତା’ର ସହଯୋଗୀମାନେ ବିରୋଧୀଦଳ ନେତା ଏବଂ ନେସ୍‌ଲାନଲ୍‌ ଆସେମ୍ବ୍ଲି ପ୍ରେସିଡେଣ୍ଟ୍‌ ଜୁଆନ୍‌ ଗୁଆଡିଓଙ୍କୁ ଚିହ୍ନିତ କରି ମାଡୁରୋଙ୍କୁ ଗାଦି ଛାଡ଼ିବାକୁ କହିଛନ୍ତି।

ଏହି ଦୃଷ୍ଟିରୁ ମାଡୁରୋଙ୍କ ସରକାରର ତୈଳ ବିକ୍ରିକୁ ଚୋରି ବୋଲି କହୁଛି ଆମେରିକା।

ସମ୍ବନ୍ଧିତ ଖବର