ଉତ୍ତର ପ୍ରଦେଶ ପାଇଁ ଛଅଟି ନିର୍ବାଚନ ସମିତି ଗଠିତ, ରାଜ ବାବରଙ୍କୁ ମୁଖ୍ୟ ଦାୟିତ୍ୱ

ଲକ୍ଷ୍ନୌ:ଲୋକସଭା ନିର୍ବାଚନ ଲାଗି ଉତ୍ତର ପ୍ରଦେଶରେ କଂଗ୍ରେସ ଅଧିକ ସକ୍ରିୟ ହୋଇଥିବା ଜଣାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ନିର୍ବାଚନ ଲାଗି ୬ଟି ସମିତିର ଗଠନ କରିଛନ୍ତି। ଏସବୁ ଛଅଟି ସମିତିର ଦାୟିତ୍ୱ ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ୍‌ ବାବରଙ୍କ ଉପରେ ନ୍ୟସ୍ତ କରାଯାଇଛି। ପାର୍ଟି ପକ୍ଷରୁ ଉତ୍ତର ପ୍ରଦେଶରେ ରଣନୀତି ପ୍ରସ୍ତୁତି ଓ ତା’ର କ୍ରିୟାନ୍ଵିତ କରିବା ଲାଗି ପାଞ୍ଚ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ନିଆଯାଇଛି। ଏହି ପାଞ୍ଚ ନେତା ହେଲେ ସଲମାନ୍‌ ଖୁର୍ସିଦ୍‌,ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଡ଼ ନିର୍ମଳ ଖତ୍ରୀ, ରାଜ୍ୟସଭା ସଦସ୍ୟ ଡ଼ ସଂଜୟ ସିଂହ , ପୂର୍ବତନ ସଂସଦ ପ୍ରମୋଦ ତିଓ୍ଵାରୀ ଓ ପୂର୍ବତନ ମନ୍ତ୍ରୀ ରାମଲଲ୍‌ ରାହୀ।


ଉତ୍ତର ପ୍ରଦେଶର ନିର୍ବାଚନ ସମିତିରେ ରାଜ୍ୟ ବାବରଙ୍କ ବ୍ୟତୀତ ୩୨ ଜଣ ସଦସ୍ୟ ରହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ,ପୂର୍ବତନ ବିଧାୟକ ଗଜରାଜ ସିଂହଙ୍କୁ ନିର୍ବାଚନ ପ୍ରଚାର ସମିତିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଅର୍ପଣ କରିଛନ୍ତି।ଠିକ୍‌ ସେହିପରି ରସିଦ୍‌ ଅଲ୍‌ଭି ଘୋଷଣା ପତ୍ର ସମିତିର ଅଧ୍ୟକ୍ଷ ହେବେ ପୂର୍ବତନ ମନ୍ତ୍ରୀ ରାଜୀବ ଶୁଳ୍କାଙ୍କୁ ମିଡିଆା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର