ଆଗାମୀ ଦିନରେ ଉତ୍ତରାଖଣ୍ଡରେ ହୋଇପାରେ ବିନାଶକାରୀ ଭୂକମ୍ପ!

ଉତ୍ତରାଖଣ୍ଡ: ସଂପ୍ରତି ଡେରାଡୁନ୍‌ରେ ଆୟୋଜିତ ହୋଇଥିବା ଏକ ଦୁଇଦିନିଆ ରାଷ୍ଟ୍ରୀୟ ଓ୍ଵାର୍କସପ୍‌ରେ ବୈଜ୍ଞାନିକମାନେ ଚେତାବନୀ ଦେଇ କହିଛନ୍ତି, ଆଗାମୀ ଦିନରେ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକୁ ଭୂ-କମ୍ପର ସାମ୍ନା କରିବାକୁ ପଡ଼ିବ। ଉତ୍ତରାଖଣ୍ଡରେ ଏକ ବିନାଶକାରୀ ଭୂକମ୍ପ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରୁଛନ୍ତି। ଏଠାରେ ପାଖାପାଖି ୬୦୦ବର୍ଷ ପୂର୍ବେ ଶେଷଥର ପାଇଁ ଭୂକମ୍ପ ଆସିଥିଲା। ତେବେ ରାଜ୍ୟ ସରକାର ଏହି ଭୂ-କମ୍ପରୁ ଲୋକମାନେ କିପରି ରକ୍ଷା ପାଇ ପାରିବେ ସେ ନେଇ ଭୂ-କମ୍ପ ନିରୋଧି ନକ୍ସାରେ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।

ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଅଷ୍ଟ୍ରୋଫିଜିକ୍ସର ପ୍ରଫେସର ବିନୋଦ ଗୌରବ ଲୋକମାନଙ୍କୁ ଏହି ଭୂ-କମ୍ପ ସମ୍ପର୍କରେ ସଚେତନ ରହିିବା ପାଇଁ ଚେତାବନୀ ଦେଇଛନ୍ତି । ଲୋକମାନେ ଭୂ-କମ୍ପରୁ ରକ୍ଷା ପାଇବା ପାଇଁ କିପରି ଭାବେ ଭୂ-କମ୍ପ ପ୍ରତିରୋଧ କୋଠାବାଡ଼ି ନିର୍ମାଣ କରିବେ ସେ ସମ୍ପର୍କରେ ସୂଚନା ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର