୧୨ରୁ ୧୮ ବର୍ଷ ପିଲାଙ୍କୁ ଟିକା

‌ନୁଆଦିଲ୍ଲୀ : ‌ଦେଶରେ ୧୨ରୁ ୧୮ ବର୍ଷ ପିଲାମାନଙ୍କୁ ଖୁବଶୀଘ୍ର କୋଭିଡ୍ ଟିକା ଦିଆଯିବ। ଭାରତୀୟ ଫାର୍ମାସୁଟିକାଲ କଂପାନୀ ଜାଇଡସ୍ କ‌ାଡିଲା ପକ୍ଷରୁ ଏହି ଟିକା ବିକଶିତ କରାଯାଇଛି। କେନ୍ଦ୍ର ସରକାର ଆଜି ସୁ୍ପ୍ରିମ କୋର୍ଟ‌ରେ ଏକ ସତ୍ୟପାଠ ଦାଖଲ କରି ଏହି ସୂଚନା ଦେଇଛନ୍ତି।ସରକାର କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ବୟସ୍କ ଲୋକଙ୍କର ଟିକାକରଣ କରାଯିବ। ଟିକା ନୀତିକୁ ନେଇ ସରକାରଙ୍କ ପକ୍ଷରୁ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରାଯାଇଛି।

ସତ୍ୟପାଠ ତଥ୍ୟ ଅନୁସାରେ ଓଡିଶାକୁ ଜୁଲାଇ ମାସରେ ୧୮ ବର୍ଷରୁ ଅଧିକ ବର୍ଗର ଲୋକମାନଙ୍କ ପାଇଁ କୋଭିସିଲ୍ଡର ୩୩,୭୫,୭୩୦ ଡୋଜ ଓ କୋଭାକସିନର ୬,୯୨,୧୫୦ ଡୋଜ ଉପଲବ୍ଧ କରାଇବାର ପ୍ରସ୍ତାବ ରହିଛି। ଏଥିମଧ୍ୟରୁ କୋଭିସିଲ୍ଡର ୨୫,୩୧,୮୦୦ ଡୋଜ ସରକାରୀ ଟିକାକରଣ କେନ୍ଦ୍ର ମାନଙ୍କରେ ଓ ୮,୪୩,୯୩୦ ଘରୋଇ ଟିକାକରଣ କେନ୍ଦ୍ର ମାନଙ୍କରେ ଉପଲବ୍ଧ କରାଯିବ। ସେହିପରି କୋଭାକସିନର ୫,୧୯,୧୧୦ ଡୋଜ ସରକାରୀ ଟିକାକରଣ ‌ କେନ୍ଦ୍ରରେ ଓ ୧,୭୩,୦୪୦ ଡୋଜ ପ୍ରାଇଭେଟ ଟିକାକରଣ କେନ୍ଦ୍ର ମାନଙ୍କରେ ଉପଲବ୍ଧ କରାଯିବାର ପ୍ରସ୍ତାବ ରହିଛି।

ସମ୍ବନ୍ଧିତ ଖବର