ରାଜନୀତି କରିବେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବା ସହ ତାଙ୍କୁ ଦଳର ମହାସଚିବ ପଦବି ମିଳିବା ପରେ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ମଧ୍ୟ ରାଜନୀତି କରିବେ ବୋଲି ଇସାରା ଦେଇଛନ୍ତି। ନିଜ ଫେସବୁକ୍ ପୋଷ୍ଟରେ ୪୯ ବର୍ଷୀୟ ଭଦ୍ରା କହିଛନ୍ତି ଯେ ବର୍ଷ ବର୍ଷ ଧରି ସେ ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର କରିଛନ୍ତି ଏବଂ ଲୋକଙ୍କ ସହ ମିଶିଛନ୍ତି। ତେଣୁ ଦୀର୍ଘ ଦିନର ଏହି ଅଭିଜ୍ଞତା ଏବଂ ଲୋକପ୍ରିୟତାକୁ ସେ ନଷ୍ଟ ହେବାକୁ ଦେବେନି। ତାଙ୍କ ବିରୋଧରେ ଉଠିଥିବା ଯାବତୀୟ ଅଭିଯୋଗରୁ ସେ ମୁକ୍ତ ହେବା ପରେ ଲୋକମାନଙ୍କର ବୃହତ୍ତର ସେବା ପାଇଁ ସେ ନିଜକୁ ଉତ୍ସର୍ଗ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର