ଭେଲୋର ଲୋକସଭା ନିର୍ବାଚନ, ଡିଏମ୍‌କେ ପ୍ରାର୍ଥୀ କାଥିର ଆନନ୍ଦ ବିଜୟୀ

ଭେଲୋର: ଭେଲୋର ଲୋକସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା ହୋଇଛି ଏବଂ ଡିଏମ୍‌କେ ପ୍ରାର୍ଥୀ କାଥିର ଆନନ୍ଦ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଏଆଇଏଡିଏମ୍‌କେ ପ୍ରାର୍ଥୀ ଏ.ସି. ସନ୍‌ମୁଗମଙ୍କୁ ୮୧୪୧ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହି ଆସନରେ ମୋଟ ୨୮ ଜଣ ପ୍ରାର୍ଥୀ ମଇଦାନରେ ରହିଥିବା ବେଳେ ଅଗଷ୍ଟ ୫ ତାରିଖ ଦିନ ଭୋଟ୍‌ ଗ୍ରହଣ ହୋଇଥିଲା। କାଥିର ଆନନ୍ଦଙ୍କୁ ୪୮୫୩୪୦ ଭୋଟ୍‌ ମିଳିଥିବା ବେଳେ ଏଆଇଏଡିଏମ୍‌କେ ପ୍ରାର୍ଥୀଙ୍କୁ ୪୭୭୧୯୯ ଭୋଟ୍‌ ମିଳିଛି।

ସମ୍ବନ୍ଧିତ ଖବର