ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳା ପ୍ରଗତି ଭବନର ଗୋଟାଏ ପୋଷା କୁକୁରର ମୃତ୍ୟୁ ଯୋଗୁଁ ଜଣେ ପଶୁଚିକିତ୍ସକଙ୍କୁ ବୁକ୍ କରାଯିବା ଘଟଣାକୁ କେନ୍ଦ୍ରକରି ରାଜନୈତିକ ବିବାଦ ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶରୀରରେ ଅଧିକ ଉତ୍ତାପ ଏବଂ ଅଣନିଶ୍ୱାସୀ ହୋଇ ବୁଧବାର ଦିନ ୧୧ ମାସିଆ ପୋଷା କୁକୁର ହାସ୍କି ଆନିମଲ୍ କେଆର୍ କ୍ଲିନିକ୍ରେ ମରିଯାଇଥିଲା। କୁକୁରର ତତ୍ତ୍ୱାବଧାରକଙ୍କ ଅଭିଯୋଗ ଆଧାରରେ ଗୁରୁବାର ଦିନ ବଞ୍ଜାରା ହିଲ୍ସ୍ ପୁଲିସ ସେ କୁକୁରକୁ ଚିକିତ୍ସା କରିଥିବା ଡାକ୍ତର ଲକ୍ଷ୍ମୀ ଏବଂ ଡାକ୍ତର ରଞ୍ଜିତଙ୍କ ନାମରେ ମାମଲା ରୁଜୁ କରିଥିଲେ।
ବଞ୍ଜାରା ହିଲ୍ସ୍ ଥାନାର ସବ୍ ଇନ୍ସ୍ପେକ୍ଟର୍ ବି ଡି ନାଇଡୁ କହନ୍ତି: ଆଇପିସି ସେକ୍ସନ୍ ୪୨୯ ଏବଂ ପ୍ରିଭେନ୍ସନ୍ ଅଫ୍ କ୍ରୁଏଲିଟି ଟୁ ଆନିମଲ୍ସ୍ ଆକ୍ଟ୍ର ଧାରା ୧୧ ଆଧାରରେ ଆମେ ଡାକ୍ତରମାନଙ୍କ ନାମରେ ମାମଲା ବୁକ୍ କରିଛୁ।
ରାଜ୍ୟ ସରକାରଙ୍କୁ ସମାଲୋଚନା କରି, ବିଜେପିର ଆନୁଷ୍ଠାନିକ ମୁଖପାତ୍ର କେ କୃଷ୍ଣ ସାଗର ରାଓ କହିଛନ୍ତି: ମୁଖ୍ୟମନ୍ତ୍ରୀ ପୋଷା କୁକୁରକୁ ଯେତେ ସ୍ନେହ କରୁଛନ୍ତି ତା’ର ଅଧା ଯଦି ଲୋକମାନଙ୍କ ପ୍ରତି ଥାଆନ୍ତା, ଗୁଡ଼ାଏ ଦରିଦ୍ର ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ନ ଥାନ୍ତେ।