ରାହୁଲ ଗାନ୍ଧୀଙ୍କୁ ଉପଦେଶ ଦେଲେ ଆହତ ଯବାନଙ୍କ ପିତା, କହିଲେ; ଆମ ସେନା ଚୀନ୍‌କୁ ପରାସ୍ତ କରିପାରିବ, ରାଜନୀତି କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ଲଦାଖର ଗାଲୱାନ୍ ଉପତ୍ୟକାରେ ଚୀନ୍ ସେନା ସହିତ ହୋଇଥିବା ସଙ୍ଘର୍ଷରେ ୨୦ ଜଣ ଭାରତୀୟ ସେନା ଯବାନ ସହିଦ ହୋଇଥିଲେ । ଚୀନ୍ ଦ୍ୱାରା କରାଯାଇଥିବା ଏହି ଅପମାନଜନକ କାର୍ଯ୍ୟକୁ ନେଇ ଏବେ ସମଗ୍ର ଦେଶ ବିରୋଧ କରିବା ଆରମ୍ଭ କରିଛି। ଚୀନ୍ ଏବଂ ଚୀନ୍ ଉତ୍ପାଦଗୁଡିକୁ ବର୍ଜନ କରିବାର ଦାବି ତୀବ୍ର ହେବାରେ ଲାଗିଛି। ଏହି ସମୟରେ ସାରା ଦେଶ ଏକ ହୋଇ ଚୀନକୁ ଜବାବ ଦେବା ପାଇଁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ପ୍ରଶ୍ନ ପଚାରୁଛନ୍ତି। ଏଭଳି ଘଟଣା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦାୟୀ ବୋଲି କହି ରାହୁଲ ଗାନ୍ଧୀ ଅନେକ ପ୍ରଶ୍ନ କରୁଥିବା ବେଳେ ସଂଘର୍ଷରେ ଆହତ ହୋଇଥିବା ଜଣେ ଯବାନଙ୍କ ବାପା ତାଙ୍କୁ ଉଚିତ ଜବାବ ଦେଇଥିବା ଦେଖା ଯାଇଛି |

ଭିଡ଼ିଓ ସେୟାର କରି ଆହତ ଯବାନଙ୍କ ବାପା କହିଛନ୍ତି ଯେ, ଭାରତୀୟ ସେନା ଏକ ଶକ୍ତିଶାଳୀ ସେନା ଏବଂ ଚୀନକୁ ପରାସ୍ତ କରିବାକୁ ସକ୍ଷମ। ରାହୁଲ ଗାନ୍ଧୀ, ତୁମେ ଏହାକୁ ନେଇ ରାଜନୀତି କର ନାହିଁ … ମୋ ପୁଅ ସେନାରେ ଯୁଦ୍ଧ କଲା ଏବଂ ସେନାରେ ଯୁଦ୍ଧ କରିବା ଜାରି ରଖିବ |

ସୂଚନା ମୁତାବକ, ଶୁକ୍ରବାର ଦିନ ଗାଲୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ ଏକ ଟୁଇଟ୍‌ କରି କହିଥିଲେ ଯେ, ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ଗଲୱାନରେ ଚୀନ୍ କରିଥିବା‌ ଆକ୍ରମଣର ଯୋଜନା ପୂର୍ବରୁ କରାଯାଇଥିଲା। ଭାରତ ସରକାର ଶୋଇଥିବାରୁ ଆମର ସହିଦ ଯବାନମାନଙ୍କୁ ଏଥିପାଇଁ ନିଜର ଜୀବନ ହରାଇବାକୁ ପଡିଲା | ତେବେ ରାହୁଲଙ୍କ ଏଭଳି ବିବାଦୀୟ ଟୁଇଟର ଜବାବ ଦେବା ପାଇଁ ଜଣେ ଆହତ ଯବାନଙ୍କ ବାପା ଏଭଳି ଭିଡ଼ିଓ ସେୟାର କରିଥିବା ଜଣା ପଡିଛି |

ସମ୍ବନ୍ଧିତ ଖବର