ଷ୍ଟେଜ୍‌ ଉପରେ ବରକୁ ଖୋଲିବାକୁ ଦିଆ ଯାଇଥିବା ଗିପ୍ଟ ଭିତରୁ ବାହାରିଥିବା ଜିନିଷ ଦେଖି ବର ରାଗିଯିବା ସହ ହସିବାକୁ ଲାଗିଥିଲେ କନ୍ୟା

ନୂଆଦିଲ୍ଲୀ : ବିବାହ ଦିନ ଘଟୁଥିବା ଅନେକ ମଜାଦାର ଘଟଣାର ଭିଡିଓ ପୂର୍ବରୁ ଅନେକ ଥର ଭାଇରାଲ ହୋଇ ସାରିଛି । କେତେ ବେଳେ ବରଣମାଳା ସମୟରେ କନ୍ୟା ବେହୋସ ହୋଇଯିବା ଘଟଣା ତ କେତେ ବେଳେ ବର ରାଗି ଚାଲିଯିବାର ଘଟଣା ଆମେ ଆପଣଙ୍କୁ ଦେଖାଇଛୁ । ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବରକୁ ଏକ ଉପହାର ଖୋଲୁଥିବାର ଦେଖାଯାଇଛି ।

bhaskar.com

ଷ୍ଟେଜ୍‌ ଉପରେ ଉଭୟ ବର-କନ୍ୟା ବସିଥିବା ବେଳେ ବରକୁ ଏକ ଉପହାର ଖୋଲିବାକୁ ଦିଆ ଯାଉଛି । ବର ଉପହାରଟି ଖୋଲିବା ପରେ ଭିତରେ ଆଉ ଏକ ପ୍ୟାକେଟ୍‌ ରଖା ଯାଇଥିବା ଦେଖୁଛି । ୫ଥର ବର ପ୍ୟାକେଟ୍‌ ଖୋଲିଥିବା ବେଳେ ଭିତରେ ପ୍ୟାକେଟ ପରେ ପ୍ୟାକେଟ ବାହାରୁଛି କିନ୍ତୁ କୌଣସି ଉପହାର ବାହାରୁ ନାହିଁ । ଯାହାକୁ ଦେଖି ବର ବିରକ୍ତ ହେବା ସହ ପାଖରେ ବସିଥିବା କନ୍ୟା ହସିବାକୁ ଲାଗିଥିବା ଭିଡିଓରେ ଦେଖା ଯାଇଛି । ଭିଡିଓଟି କେଉଁ ସ୍ତାନର ବୋଲି ତାହା ଜଣା ପଡ଼ି ପାରି ନାହିଁ ।

ସମ୍ବନ୍ଧିତ ଖବର