ଭିଟାମିନ୍ ଡି କରୋନା ଲକ୍ଷଣକୁ ଟାଳିଦିଏ

ନୂଆଦିଲ୍ଲୀ: ଅନେକ କ୍ଷେତ୍ରରେ ଚିକିତ୍ସକମାନେ କୋଭିଡ୍–୧୯ ରୋଗୀମାନଙ୍କୁ ‘ଭିଟାମିନ୍ ଡି’କୁ ପ୍ରମୁଖ ଖାଦ୍ୟସାର ପରିପୂରକ ଭାବେ ଗ୍ରହଣ କରିବା ଲାଗି ପରାମର୍ଶ ଦେଉଛନ୍ତି। ତେବେ ଏହା ନେବା ଦ୍ବାରା ରୋଗୀଠାରେ ବିଭିନ୍ନ କୋଭିଡ୍ ଲକ୍ଷଣ କମ୍‌ ଜଣାପଡି଼ବାର ସମ୍ଭାବନା ରହିଛି। ମାତ୍ର କୌଣସି କ୍ଷେତ୍ରରେ ଏହା କରୋନାଭୂତାଣୁକୁ ପ୍ରତିରୋଧ କରିପାରିବ ନାହିଁ ବୋଲି ଚିକିତ୍ସାବିଜ୍ଞାନୀମାନେ ମତ ରଖିଛନ୍ତି।

ସୂଚନାଯୋଗ୍ୟ, ଆମ ପରିପାକ ପ୍ରଣାଳୀରୁ କ୍ୟାଲସିଅମ୍, ମାଗ୍ନେସିଅମ୍ ଓ ଫସଫେଟ୍ ପରି ଉପାଦାନଗୁଡି଼କୁ ‘ଭିଟାମିନ୍ ଡି’ ହିଁ ଶୋଷଣ କରି ଆମ ଶରୀରରେ ଅସ୍ଥିବୃଦ୍ଧିରେ ସହାୟକ ହୋଇଥାଏା ସାଧାରଣତଃ ସୂର୍ଯ୍ୟକିରଣ ଦ୍ବାରା ଆମ ଚର୍ମରେ ଏହା ପ୍ରାକୃତିକ ଭାବେ ସୃଷ୍ଟି ହେଉଥିବା ବେଳେ ବୟସ୍କ ଏବଂ କୃଷ୍ଣଚର୍ମ ବିଶିଷ୍ଟ ବ୍ୟକ୍ତିଙ୍କ ଠାରେ ଏହାର ପରିମାଣ କମ୍ ରହିଥାଏ। ଦି ଲାନ୍‌ସେଟ୍ ପତ୍ରିକାରେ ପ୍ରକାଶିତ ଏକ ସବେର୍କ୍ଷଣ ଅନୁଯାୟୀ, ୫୦ ପ୍ରତିଶତ ଭାରତୀୟଙ୍କ ଠାରେ ‘ଭିଟାମିନ୍ ଡି’ ପରିମାଣ କମ୍ ରହିଥାଏ। ମୋଟ ୧୫୦୦ ଲୋକଙ୍କ ଉପରେ ବ୍ରିଟିସ୍‌ ଜର୍ନାଲ୍ ଅଫ୍ ନ୍ୟୁଟ୍ରିସନ୍ କରିଥିବା ଏହି ସବେର୍କ୍ଷଣରୁ ଚେନ୍ନାଇ ପରି ସହରାଞ୍ଚ‌ଳରେ ରହୁଥିବା ଲୋକଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କଠାରେ ‘ଭିଟାମିନ୍ ଡି’ କମ୍ ରହିଥିବା ଜଣାଯାଇଛି। ସେହିପରି ୬୩ ପ୍ରତିଶତ ମଧୁମେହ ରୋଗୀ ଏବଂ ୮୦ ପ୍ରତିଶତ ମେଦବହୁଳଙ୍କ ଠାରେ ମଧ୍ୟ ‘ଭିଟାମିନ୍ ଡି’ କମ୍ ରହିଛିା ତେବେ ମହାମାରୀ କୋଭିଡ୍ ଦ୍ବାରା ସେମାନଙ୍କର କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଧିକ ଥିବାରୁ ସେମାନଙ୍କୁ ଆବଶ୍ୟକ ପରିମାଣ ‘ଭିଟାମିନ୍ ଡି’ ନେବାକୁ କହାଯାଉଛିା ଅପରପକ୍ଷେ, ଲକ୍‌ଡାଉନ୍ ପରିସ୍ଥିତି ଯୋଗୁଁ ଲୋକେ ଘର ଭିତରେ ପୂରା ସମୟ ଆବଦ୍ଧ ହୋଇ ରହିଥିବାରୁ ସେମାନଙ୍କ ଠାରେ ପ୍ରାକୃତିକ ପ୍ରକ୍ରିୟାରେ ଏହି ଭିଟାମିନ୍ କ୍ବଚିତ୍ ସୃଷ୍ଟି ହୋଇଥାଇପାରେ। ତେଣୁ ‘ଭିଟାମିନ୍ ଡି’ କମ୍ ଥିବା ବୟସ୍କ ରୋଗୀଙ୍କୁ ଏହା ଖାଦ୍ୟସାର ପରିପୂରକ ଭାବେ ଦିଆଯାଉଛିା

ସମ୍ବନ୍ଧିତ ଖବର