ରାଜ୍ୟସଭାରେ ଗୃହୀତ ହେଲା ମଜୁରୀ ଆଇନ ବିଲ୍‌ ୨୦୧୯, କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ ସର୍ବନିମ୍ନ ମଜୁରୀ

ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ମଜୁରୀ ଆଇନ ବିଲ ବା କୋଡ ଅନ େଓ୍ଵଜେସ ବିଲ ୨୦୧୯ ଗୃହୀତ ହୋଇଛି । ଗତ ୩୦ ତାରିଖରେ ଏହା ଲୋକସଭାରେ ଗୃହୀତ ହୋଇଥିଲା । ଉଭୟ ଗୃହରେ ଗୃହୀତ ହେବା ପରେ ଏବେ ଏହା ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯିବ । ଆଇନରେ ପରିଣତ ହେବା ପରେ ସରକାର ସାରା ଦେଶ ପାଇଁ ସର୍ବନିମ୍ନ ଶ୍ରମିକ ମଜୁରୀ ନିର୍ଦ୍ଧାରଣ କରିପାରିବେ । ଏହା ଦ୍ୱାରା ଦେଶର ପ୍ରାୟ ୫୦ କୋଟି ଶ୍ରମିକ ଓ କର୍ମଜୀବୀ ଉପକୃତ ହେବା ଆଶା କରାଯାଉଛି ।
ସରକାର ଶ୍ରମ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାକୁ ଯୋଜନା କରୁଥିବାବେଳେ ଏଥିପାଇଁ ମୋଟ ୪ଟି ବିଲ ଆଗତ କରିବାକୁ ଯୋଜନା କରିଛନ୍ତି । ଆଜି ପ୍ରଥମ ବିଲ ଗୃହୀତ ହେବା ପରେ ଆଉ ୩ଟି ବିଲ ଆଗତ କରାଯିବ । ଦେଶରେ ଏବେ ପ୍ରାୟ ୧୭ଟି ଶ୍ରମିକ ଆଇନ ରହିଛି ଓ ଏଗୁଡ଼ିକ ପ୍ରାୟ ୫୦ ବର୍ଷରୁ ପୁରୁଣା । କେତେକ ବ୍ରିଟିଶ ଅମଳର ଆଇନ ବି ଚାଲିଛି ।
ଏହି ବିଲକୁ ଆଗତ କରି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର କହିଛନ୍ତି ଯେ ସରକାର ଏଣିକି ନିଯୁକ୍ତି ଅନୁସାରେ ନୁହେଁ, ଭୌଗୋଳିକ ଅଂଚଳ ଓ ଦକ୍ଷତା ଅନୁସାରେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିପାରିବେ ।

ସମ୍ବନ୍ଧିତ ଖବର