କନ୍ଧମାଳ: ବେଆଇନ୍‌ ହଷ୍ଟେଲ ଉପରେ ଚଢ଼ାଉ, ୭୧ ଶିଶୁ ଉଦ୍ଧାର

ତୁମୁଡ଼ିବନ୍ଧ/ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଂଚଳରେ ଶୁକ୍ରବାର ବେଆଇନ ଭାବେ ପରିଚାଳିତ ୨ଟି ହଷ୍ଟେଲ ଉପରେ ଅତର୍କିତ ଚଢ଼ାଉ ହୋଇଛି। ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ହୋଇଥିବା ଚଢ଼ାଉ ସମୟରେ ୭୧ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୬୧ ଜଣ ପୁଅ ହୋଇଥିବା ବେଳେ ୧୦ ଜଣ ହେଉଛନ୍ତି ଝିଅ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ବ୍ରାହ୍ମଣୀ ଓ ଗଦାପୁର ଗାଁରେ ବେଆଇନ ଭାବେ ପରିଚାଳିତ ୨ଟି ହଷ୍ଟେଲ ଉପରେ ଅତର୍କିତ ଚଢ଼ାଉ ହୋଇଥିଲା। ବ୍ରାହ୍ମଣୀ ଗାଁରୁ ୫୩ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ଗଦାପୁର ଗାଁରୁ ୧୮ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି।

ସୂଚନାଯୋଗ୍ୟ ବ୍ରାହ୍ମଣୀ ଗାଁର ହଷ୍ଟେଲକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ୨୦୧୬ରୁ ନୋଟିସ ଜାରି ହୋଇଥିଲା। ମାତ୍ର ହଷ୍ଟେଲର ମାଲିକ ପ୍ରଶାସନକୁ ଖାତିର କରି ନଥିଲେ। ସେ ନାମ ପରିବର୍ତ୍ତନ କରି ହଷ୍ଟେଲ ପରିଚାଳନା କରୁଥିଲେ। ବେଆଇନ ହଷ୍ଟେଲ ପରିଚାଳନା ଅଭିଯୋଗରେ ସ୍ୱାମୀ-ସ୍ତ୍ରୀ ଅଟକ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର