ଖୁବଶୀଘ୍ର ମାରୁତି ସୁଜୁକି ଆଣୁଛି ଏହି ନୂଆ କାର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଖୁବଶୀଘ୍ର ଭାରତୀୟ ବଜାରରେ ଏକ ନୂଆ କାର ଲଞ୍ଚ କରିବାକୁ ଯାଉଛି | ଏହି କାରର ନାମ ରହିଛି ଏକ୍ସଏଲ ୬ | ଏହି କାରକୁ ଅଗଷ୍ଟ ୨୧ ତାରିଖରେ ଲଞ୍ଚ କରାଯିବ ବୋଲି ଜଣାପଡିଛି | ଆଜି ମାରୁତି ପକ୍ଷରୁ ପ୍ରଥମ ଥର ପାଇଁ ଏହି କାରର ଟିଜର ଜାରି କରାଯାଇଛି | କୁହାଯାଉଛି ନେକସା ମାଧ୍ୟମରେ ଏହି କାରକୁ ବିକ୍ରି କରାଯିବା ସହ ଆର୍ଟିଗା ମଡେଲଠାରୁ ଏହା ଅଳ୍ପ ଭିନ୍ନ ରହିବ |

ଏକ୍ସଏଲ ୬ ରେ ବଡି କ୍ଲାଉଡିଂ ସାଙ୍ଗକୁ ନୂଆ ହେଡଲ୍ୟାମ୍ପ, ନୂଆ ବମ୍ପର ମଧ୍ୟ ରହିବ | ୬ ଜଣ ବସିବାର କ୍ଷମତା ଥିବା ଏହି କାରରେ ୫ ସ୍ପିଡ଼ ମାନୁଆଲ ଗିୟରବକ୍ସ ରହିବ | ଏଠାରେ ସୂଚନା ଥାଉ କି ଲଗାତାର କିଛି ମାସ ଧରି କାର ବିକ୍ରିରେ ମନ୍ଥରତା ଦେଖିବାକୁ ମିଳିଛି |

ଯାହାକୁ ନେଇ ଭାରତୀୟ ଅଟୋ ଶିଳ୍ପ ମଧ୍ୟରେ ନିରାଶା ଦେଖିବାକୁ ମିଳୁଛି | ତେବେ ନୂଆ ମଡେଲ ଲଞ୍ଚ କରି କମ୍ପନୀ ପୁଣି ବ୍ୟବସାୟ ବୃଦ୍ଧି କରିବାକୁ ଯୋଜନା ରଖିଛି |

ସମ୍ବନ୍ଧିତ ଖବର