ବାଲେଶ୍ୱର: ଗାଡ଼ି ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ନୀଳଗିରି: ଗାଡ଼ି ଡିକି ଭାଙ୍ଗି ସ୍ପଷ୍ଟ ଦିବାଲୋକରେ ଶୁକ୍ରବାର ୧ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲାର ନୀଳଗିରି ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ନୀଳଗିରି ସହରର ରବି ପରିଡ଼ାଙ୍କ ଘର ସମ୍ମୁଖରେ ତାଙ୍କ ଝିଆରୀ ଗାଡ଼ି ଡିକିରେ ୧ ଲକ୍ଷ ଟଙ୍କା ରଖି ଭିତରକୁ ଯାଇଥିଲେ। ଏହି ସମୟରେ ୨ଟି ଗାଡ଼ିରେ ୪ ଜଣ ଦୁର୍ବୃତ୍ତ ଆସିଥିଲେ।

ଦୁର୍ବୃତ୍ତମାନେ ଡିକିଭାଙ୍ଗି ଟଙ୍କା ଲୁଟ କରି ଫେରାର ହେଉଥିବା ବେଳେ ସେଠାରେ କାମ କରୁଥିବା ଶ୍ରମିକମାନେ ପାଟିକରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ସେଠାରୁ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ପରେ ପରିବାର ଲୋକେ ସେଠାରେ ଥିବା ୨ ଜଣ ଯୁବକ ଓ ୨ ଜଣ ଛାତ୍ରୀଙ୍କୁ ଅଟକାଇ ପୁଲିସକୁ ଜିମା ଦେଇଥିଲେ। ପୁଲିସ ୪ ଜଣଙ୍କୁ କିଛି ଘଣ୍ଟା ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ି ଦେଇଛି।

ପୁଲିସ ତିନିକୋଶିଆ ଜଙ୍ଗଲରୁ ଏକ ବାଇକ ଉଦ୍ଧାର କରିଛି। ମାମଲା ରୁଜୁ କରି ପୁଲିସ ସିସିଟିଭି ଫୁଟେଜ ଆଧାରରେ ଟଙ୍କା ଲୁଟ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର