ପାକ୍‌ ଆତଙ୍କବାଦ ବିରୋଧରେ ଲଢ଼ିଲେ ଆମେ ସହାୟତା ପାଇଁ ସେନା ପଠାଇବୁ, ରାଜନାଥ

କର୍‌ନାଲ (ହରିୟାଣା): ପାକିସ୍ତାନ ଯଦି ଆତଙ୍କବାଦ ବିରୋଧୀ ଲଢ଼େଇକୁ ଗମ୍ଭୀରତାର ସହ ନେବ ତା’ହେଲେ ଏଥିରେ ସହାୟତା କରିବା ପାଇଁ ଆମେ ପାକିସ୍ତାନକୁ ସେନା ପଠାଇବାକୁ ପ୍ରସ୍ତୁତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଯଦି ନିଜ ଦେଶରେ ଥିବା ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିବେ ତା’ହେଲେ ଆମେ ସହାୟତା ପାଇଁ ସର୍ବଦା ପ୍ରସ୍ତୁତ ବୋଲି ରାଜନାଥ କହିଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଆଭିମୁଖ୍ୟ ଅତ୍ୟନ୍ତ ନିନ୍ଦନୀୟ ଏବଂ ଏଥିରେ ପରିବର୍ତ୍ତନ ହେବା ଉଚିତ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। କଶ୍ମୀରରେ ପାକିସ୍ତାନ ହିଂସା ସୃଷ୍ଟି ପାଇଁ ଯେ କୌଣସି ପ୍ରୟାସ କଲେ ବି ଆମେ ଏହାକୁ ପଣ୍ଡ କରିବାକୁ ପ୍ରସ୍ତୁତ ବୋଲି ରାଜନାଥ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର