ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ବିଶ୍ବବ୍ୟାପୀ ଭାରତର ମର୍ଯ୍ୟାଦା ବଢ଼ିଛି

୨୮ ସେପ୍‌ଟେମ୍ବର ସର୍ଜିକାଲ ଷ୍ଟ୍ରାଇକ୍‌ କଥା ମନେ ପକାଇଲେ

ନୂଆଦିଲ୍ଲୀ: ସଫଳ ଆମେରିକା ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୮ଟା ୧୫ରେ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପାଲମ ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିମାନ ବନ୍ଦର ବାହାରେ ଅନୁଷ୍ଠିତ ସ୍ବାଗତ ମଂଚରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଦିଲ୍ଲୀର ସମସ୍ତ ୭ ସାଂସଦ ଏବଂ ବିଜେପିର ହଜାର ହଜାର କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ କରିଥିଲେ। ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ବବ୍ୟାପୀ ଏବେ ଭାରତର ମର୍ଯ୍ୟାଦା ବୃଦ୍ଧି ପାଇଛି। ସ୍ବଦେଶ ବାହୁଡ଼ିବା ପରେ ଏଭଳି ଭବ୍ୟ ସ୍ବାଗତ ପାଇଁ ଦେଶବାସୀଙ୍କୁ ‌ମଥାନତ କରି ପ୍ରମାଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ହଷ୍ଟନରେ ଅନୁଷ୍ଠିତ ହାଉଡି ମୋଦୀ କାର୍ଯ୍ୟକ୍ରମ ନେଇ ମୋଦୀ କହିଥିଲେ ଯେ ଭାରତୀୟ ସଂପ୍ରଦାୟ ଯେଭଳି ଏକତା ଓ ଉତ୍ସାହ ଦେଖାଇଛନ୍ତି ତାହା ନୂଆ ଭାରତର ଶକ୍ତିକୁ ପ୍ରଦର୍ଶିତ କରିଛି। ପ୍ରଧାନମନ୍ତ୍ରୀ ସର୍ଜିକାଲ ଷ୍ଟ୍ରାଇକ୍‌ର ରାତ୍ରୀ କଥା ସ୍ମରଣ କରି କହିଥିଲେ, ଆଜି ୨୮ ସେପ୍‌ଟେମ୍ବର ଏବଂ ୩ ବର୍ଷ ପୂବେ ୨୮ ସେପ୍‌ଟେମ୍ବର ୨୦୧୬ରେ ମୁଁ ପୂରା ରାତି ଗୋଟିଏ ମୁହୂର୍ତ୍ତ ବି ଶୋଇନଥିଲି। ପ୍ରତି ମୁହୂର୍ତ୍ତ ଫୋନ ବାଜିବାକୁ ଅପେକ୍ଷା କରୁଥିଲି। ସେହିଦିନ ଭାରତର ବୀର ଯବାନ ପ୍ରରାକ୍ରମର ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର