ପୁଟିନ୍‌ଙ୍କୁ ମୁଁ ଯାହା କହିବି ଆପଣମାନେ ଜାଣିବା ଅନାବଶ୍ୟକ: ସାମ୍ବାଦିକଙ୍କୁ କହିଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ଜାପାନରେ ହେବାକୁ ଯାଉଥିବା ଜି୨୦ ଶିଖର ସମ୍ମିଳନୀରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହ ତାଙ୍କର ଆଲୋଚନା ସଂକ୍ରାନ୍ତରେ ସାମ୍ବାଦିକମାନେ ଜାଣିବା ଅନାବଶ୍ୟକ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ବୁଧବାର ଦିନ କହିଛନ୍ତି।

ବୁଧବାର ରାତିରେ ସେ ଓସାକା ଅଭିମୁଖେ ଯାତ୍ରା ଆରମ୍ଭ କରିବାର କିଛି କ୍ଷଣ ପୂର୍ବରୁ ସାମ୍ବାଦିକମାନେ ତାଙ୍କୁ ପଚାରି ଥିଲେ କି, ଆମେରିକୀୟ ନିର୍ବାଚନରେ ହସ୍ତକ୍ଷେପ ନ କରିବାକୁ ସେ ପୁଟିନ୍‌ଙ୍କୁ କହିବେ କି? ସେ ଉତ୍ତର ଦେଲେ: ମୁଁ ତାଙ୍କୁ ଯାହା କହିବି ଆପଣମାନେ ଜାଣିବା ଅନାବଶ୍ୟକ।

Image Source: The Hill

କିନ୍ତୁ ଏ ଉତ୍ତର ଟ୍ରମ୍ପ୍‌ଙ୍କ ସମାଲୋଚକମାନଙ୍କୁ ସନ୍ତୁଷ୍ଟ କରି ପାରିନାହିଁ। ୨୦୧୬ ରାଷ୍ଟ୍ରପତି ନିର୍ବାଚନକୁ ମସ୍କୋ ପ୍ରଭାବିତ କରିଥିବା କଥା ସମସ୍ତେ ଅଭିଯୋଗ କରନ୍ତି। ରବର୍ଟ ମୁଲର୍‌ଙ୍କ ନେତୃତ୍ୱାଧୀନ ସ୍ପେସାଲ୍‌ କାଉନ୍‌ସେଲ୍‌ ଜାଣିବାକୁ ପାଇଥିଲା ଯେ ଟ୍ରମ୍ପ୍‌ଙ୍କ ସପକ୍ଷରେ ପ୍ରଚାର ପାଇଁ ରୁଷୀୟ ଅପରେଟିଭ୍‌ମାନେ ଗଣମାଧ୍ୟମ ବ୍ୟବହାର କରିଥିଲେ।

ସେ କୌଣସି ଭୁଲ୍‌ କରିନାହାନ୍ତି ବୋଲି ଟ୍ରମ୍ପ୍‌ ଦୃଢ଼ତାର ସହ କହିଥିଲେ।

ସମ୍ବନ୍ଧିତ ଖବର