ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଭଗବନ୍ତ ମାନ କିଏ?

ଚଣ୍ଡିଗଡ଼: ଭଗବନ୍ତ ମାନ୍ ହେବେ ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏନେଇ ଘୋଷଣା କରିଛନ୍ତି । ଲୋକଙ୍କ ଭୋଟିଂ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କେଜ୍ରିୱାଲ । ସେ କହିଛନ୍ତି ୨୧ ଲକ୍ଷରୁ ଅଧିକ ପଞ୍ଜାବର ଲୋକ ପବ୍ଲିକ୍ ଭୋଟିଂରେ ନିଜର ମତ ରଖିଥିଲେ । ଏଥିରେ ୯୩.୩ ପ୍ରତିଶତ ଭଗବନ୍ତଙ୍କ ନାଁ ନେଇଥିଲେ । କେଜ୍ରିୱାଲ କହିଛନ୍ତି ପଞ୍ଜାବ ପାଇଁ ଆଜି ଐତିହାସିକ ଦିନ । ପଞ୍ଜାବରେ ଆପ୍ ସରକାର ଗଠନ କରିବାକୁ ଯାଉଛି ।

ଭଗୱନ୍ତ ମାନ୍ କିଏ ?

– ଜଣେ ହାସ୍ୟ ଅଭିନେତା ଭାବେ ସେ ବେଶ୍ ଜଣାଶୁଣା।
– ୨୦୧୨ରେ ମନପ୍ରୀତ ବାଦଲଙ୍କ ପିପିପିରେ ସାମିଲ ହୋଇଥିଲେ।
– ୨୦୧୨ରେ ଲହରା ବିଧାନସଭା ଆସନରୁ ପରାସ୍ତ ହୋଇଥିଲେ।
– ୨୦୧୪ରେ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ ଭଗବନ୍ତ।
– ୨୦୧୪ରେ ସଂଗରୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ।
– ୨୦୧୭ରେ ଜଲାଲାବାଦରୁ ବିଧାନସଭା ନିର୍ବାଚନ ଲଢିଥିଲେ।
– ସୁଖବୀର ବାଦଲଙ୍କଠାରୁ ସେ ନିର୍ବାଚନ ହାରି ଯାଇଥିଲେ।
– ୨୦୧୯ ନିର୍ବାଚନରେ ସଂଗରୁରୁ ପୁଣି ଲୋକସଭା ନିର୍ବାଚନ ଜିତିଥିଲେ।

ସମ୍ବନ୍ଧିତ ଖବର