ୟାସିନ ମଲ୍ଲିକର ପତ୍ନୀ ଉପରେ ଏନଆଇଏର ତୀକ୍ଷଣ ନଜର, ଆଇଏସଆଇ ସହ ସଂପର୍କ ସଂଦେହ

ନୂଆଦିଲ୍ଲୀ : କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ଏନଆଇଏ ଦ୍ୱାରା ଗିରଫ ହେବା ପରେ ତା ପତ୍ନୀ ମୁସାଲ ହୁସେନ ମଲ୍ଲିକ ଉପରେ ନଜର ରଖିଛି ଏନଆଇଏ । ନିଜ ସ୍ୱାମୀ ଜେଲ ଯିବା ପରେ ସେ ନିଜର ଭାରତ ବିରୋଧୀ କାର୍ଯ୍ୟକଳାପକୁ ବଢେଇଦେଇଛି । ସେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ସହିତ କୁଖ୍ୟାତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଯୋଗସୁତ୍ର ରଖିଥିବା ଏନଆଇଏ ଜାଣିବାକୁ ପାଇଛି ।

ୟାସିନ ମଲ୍ଲିକ ଗିରଫ ହେବା ପରେ ସେ ଟ୍ଵିଟରରେ କେତେଗୁଡିଏ ଭାରତ ବିରୋଧୀ ଟ୍ଵିଟ କରିଥିଲା । ଚିକିତ୍ସା ନିମନ୍ତେ ସେ ଭାରତ ବାହାରକୁ ଯିବା ଲାଗି ତାର ପାସପୋର୍ଟ ଫେରାଇ ଦିଆଯାଉ ବୋଲି ସେ ମଧ୍ୟ ଦାବି କରିଥିଲା । ସେହିପରି ଗତ ୮ ତାରିଖରେ ସେ ମୃତ କାଶ୍ମୀର ଆତଙ୍କବାଦୀ ବୁରହାନ ଓ୍ଵାନି ସପକ୍ଷରେ ଏକ ଭିଡିଓ ପୋଷ୍ଟ କରିଥିଲା । ଏସବୁ ଭାରତ ବିରୋଧୀ କାର୍ଯ୍ୟ ଯୋଗୁଁ ତା ଉପରେ ଏବେ ସତର୍କ ଦୃଷ୍ଟି ରଖିଛି ଏନଆଇଏ । ଅନ୍ୟପକ୍ଷରେ କାଶ୍ମୀରରେ ୟାସିନ ମଲ୍ଲିକର ପ୍ରାୟ ୧୫ କୋଟିର ସମ୍ପତ୍ତି ଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର