ବିମାନ ଯାତ୍ରା ବିଳମ୍ବ ଯୋଗୁଁ କେନ୍ଦ୍ରମନ୍ତ୍ରୀଙ୍କ ସହ ଯୁକ୍ତି କଲେ ମହିଳା

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଇମ୍ଫାଲ୍‌ରୁ ଦୁଇ ଘଣ୍ଟା ଡେରିରେ ବିମାନ ଛାଡ଼ିବାରୁ ଜଣେ ଡାକ୍ତରାଣୀ ତାଙ୍କର ଜଣେ ଆତ୍ମୀୟଙ୍କର ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିଲେ ନାହିଁ। ମଣିପୁରରେ ରାଷ୍ଟ୍ରପତି କୋବିନ୍ଦଙ୍କ ବିମାନ ପହଞ୍ଚିବାକୁ ଥିବାରୁ ବିମାନଘାଟିରୁ ବେସାମରିକ ବିମାନ ଉଡ଼ାଣ ଏବଂ ଅବତରଣ ବନ୍ଦ ରଖାଯାଇଥିଲା।

ଡାକ୍ତରାଣୀ ନିରାଲା ସିହ୍ନା ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ଟାରେ ଛାଡୁଥିବା ଇମ୍ଫାଲ୍‌-କୋଲକତା ଇଣ୍ଡିଗୋ ବିମାନରେ ଯିବା ନିମନ୍ତେ ଟିକିଟ କରିଥିଲେ। ସେ ବିମାନଟି କୋଲକତାରୁ ପାଟନା ଯାଉଥିବା ଗୋଏୟାର୍‌ ଫ୍ଲାଇଟ୍‌କୁ ଲିଙ୍କ୍‌ ଦିଏ। ସେ ଜାଣିଥିଲେ ଇମ୍ଫାଲ୍‌ରୁ ଯିବା ଡେରି ହେଲେ ପାଟନା ବିମାନ ଫେଲ୍‌ ହେବା ସୁନିଶ୍ଚିତ।

ସେତିକିବେଳେ ସୁରେଶ ପ୍ରଭୁ, ଜୟନ୍ତ ସିହ୍ନା ଏବଂ କେ ଜେ ଆଲଫୋନ୍‌ସ୍‌ଙ୍କୁ ନେଇ ଏକ ବିମାନ ସେଠାରେ ଅବତରଣ କଲା। ରାଷ୍ଟ୍ରପତିଙ୍କୁ ପାଛୋଟି ନେବା ପାଇଁ ବିମାନ ବନ୍ଦରକୁ ଆସିଥିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ ଜେ ଆଲ୍‌ଫୋନ୍‌ସ୍‌। ମନଦୁଃଖରେ ବସିଥିବା ଡାକ୍ତରାଣୀଙ୍କୁ ଦେଖି ସେ ତାଙ୍କ ପାଖକୁ ଗଲେ। ତାଙ୍କୁ ଡାକ୍ତରାଣୀ ନିଜର ସମସ୍ୟା ଜଣାଇଲେ।

ରିବା ପରେ ସେ ଯାଉଥିବା ବିମାନଟିକୁ ଯେମିତି ପ୍ରଥମେ ଛଡ଼ାଯିବ। ମନ୍ତ୍ରୀ ତାଙ୍କୁ ସେ ପ୍ରତିଶ୍ରୁତି ଦେଲେ। ତାହା ଲିଖିତ ଆକାରରେ ଦିଅନ୍ତୁ ବୋଲି ପୁଣି ଡାକ୍ତରାଣୀ କହିବାରୁ ତାହା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଜଣାଇଲେ। ଏଥିଯୋଗୁଁ ମନ୍ତ୍ରୀଙ୍କ ସହ ତାଙ୍କର ସାମନ୍ୟ ଯୁକ୍ତିତର୍କ ହୋଇଥିଲା।
ନିରାପତ୍ତା ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ତାଙ୍କ ଅନୁରୋଧ ରକ୍ଷା କରାଯାଇ ପାରିଲା ନାହିଁ ବୋଲି ପରେ ଜଣାପଡ଼ିଲା।

ଶେଷରେ ଡାକ୍ତରାଣୀଙ୍କୁ ସହାୟତା କରିବାକୁ ସବୁ ଏୟାର୍‌ଲାଇସନ୍‌ ମିଳିତ ଉଦ୍ୟମ କଲେ। ସ୍ଥିର ହେଲା ସେ କୋଲକତାରେ ପହଞ୍ଚିଲା ମାତ୍ରେ ତାଙ୍କୁ ପାଟନା ଯାଉଥିବା ଯେକୌଣସି ବିମାନରେ ବସାଇ ଦିଆଯିବ। ଶେଷରେ ଇଣ୍ଡିଗୋ ଏୟାର୍‌ପୋର୍ଟ ଅଧିକାରୀ ତାଙ୍କ ଠାରୁ ଟିକିଟ୍‌ ବାବଦ ନେଇ ଥିବା ପୂରା ଟଙ୍କା ଫେରାଇ ଦେଇ ପାଟନା ଯାଉଥିବା ଏକ ସ୍ପାଇସ୍‌ଜେଟ୍‌ ବିମାନର ଟିକିଟ୍‌ କିଣି ଦେଇଥିଲେ।

ସମ୍ବନ୍ଧିତ ଖବର