ଆହାରେ ଏ କି ଦୃଶ୍ୟ, ଅକ୍ସିଜେନ ସପୋର୍ଟ ଥିବା ସତ୍ତ୍ବେ ମହିଳା ତିଆର କରୁଛନ୍ତି ଖାଦ୍ୟ

ନୂଆଦିଲ୍ଲୀ: ‌କରୋନା ସଂକ୍ରମଣ ହେତୁ ଦେଶରେ ଦିନକୁ ଦିନ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନାର ଦ୍ବିତୀୟ ଲହର ପ୍ରଭାବରେ ଅଧିକାଂଶ ଲୋକଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଥିବା ଘଟଣା ସାମ୍ନାକୁ ଆସିଛି। ଅକ୍ସିଜେନ ଅଭାବ ହେତୁ ଅନେକଙ୍କ ମୃତ୍ୟୁ ହୋଇଥିବା ବି ଜଣାପଡ଼ିଛି।

ଏଭଳି ସମୟ‌ରେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫଟୋ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଫଟୋରେ ଜଣେ ମହିଳା ଅକ୍ସିଜେନ କନ୍ସଟ୍ରେଟରେ ଥିବା ସ‌ତ୍ତ୍ବେ ରୋଷେଇ ଘ‌ରେ ଛିଡ଼ା ହୋଇ ବହୁତ କଷ୍ଟରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଲୋକେ ଏହି ଭିଡିଓକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହି ଫଟୋରେ ଲୋକପ୍ରିୟ ଗାୟିକା ଚିନ୍ମୟୀ ଶ୍ରୀପଦା ପ୍ରତିକ୍ରିୟା ଦେଇ କହିଛନ୍ତି, କ’ଣ ଏହାକୁ ବିନା ସର୍ତ୍ତରେ ଭଲପାଇବା କୁହାଯିବ, ଯାହାକି ମହିଳାଙ୍କୁ ଆରାମ ନକରିବାକୁ ବାଧ୍ୟ କରିଥାଏ। ସେହିଭଳି ଜଣେ ସାମ୍ବାଦିକ ଏବଂ ଲେଖକ ଗୌତମ ମେଙ୍ଗଲେ କହିଛନ୍ତି, ଯିଏ ଏଭଳି ସ୍ଥିତି‌ରେ ରୋଷେଇ କରିବାକୁ ମନା କରିବା ପରିବ‌ର୍ତେ ଫଟୋ ଉଠାଇଛି, ସେ ପ୍ରଥମ ଅପରାଧୀ, ପରବର୍ତ୍ତୀ ଅପରାଧୀ ସମାଜ।

 

ସମ୍ବନ୍ଧିତ ଖବର