ଭାରତ-ବାଂଲାଦେଶ ସୀମାନ୍ତରେ ଥିବା ଏକ କ୍ଷୁଦ୍ରତମ ଦ୍ବୀପରେ ଏପ୍ରିଲ୍‌ ୨ରୁ ଫଶି ରହିଛନ୍ତି ମାନସିକ ବିକାରଗସ୍ତ ମହିଳା

ସାବରୁମ୍‌: ଜଣେ ମଧ୍ୟମ ବୟସ୍କା ମହିଳା ଏପ୍ରିଲ୍‌ ୨ ତାରିଖରୁ ଭାରତ-ବାଂଲାଦେଶ ସୀମାନ୍ତରେ ଥିବା ଫେନି ନଦୀର ଏକ କ୍ଷୁତ୍ରତମ ଦ୍ବୀପରେ ଫସି ରହିଥିବା ଖବର ଜାଣିବାକୁ ମିଳିଛି। ଦକ୍ଷିଣ ତ୍ରିପୁରା ଜିଲ୍ଲାରେ ଏଭଳି ଭାବେ ଫସି ରହିଥିବା ମହିଳା ଜଣକ ମାନସିକ ବିକାରଗସ୍ତ ବୋଲି ସୂଚନା ରହିଛି।

ବର୍ଡର ଗାର୍ଡ ବାଂଲାଦେଶ(ବିଜିବି) ମହିଳା ଜଣକୁ ତାଙ୍କ ଦେଶରୁ ତଡ଼ି ଦେଇ ଭାରତ ପଠାଇ ଦେବା ପରଠାରୁ ମହିଳା ଜଣକ ସେହିଠାରେ ରହି ଯାଇଛନ୍ତି।

ସୀମାନ୍ତରେ ଥିବା କଥାଲଚାରି ଏବଂ ଆମତାଲି ଗ୍ରାମବାସୀମାନଙ୍କ କହିବାନୁଯାୟୀ ଏପ୍ରିଲ୍‌ ୨ ତାରିଖ ପରଠାରୁ ମହିଳାଙ୍କୁ ଭାରତ ପଠାଇବାରୁ ବିଜିବି ୩ଟି ଭିନ୍ନ ସ୍ଥାନରୁ ଚେଷ୍ଟା କରି ସାରିଲାଣି।

କଥାଲଚାରିର ବାସିନ୍ଦା ରୁପମ ବସକ(୨୬) ଦଳେ ସମ୍ବାଦିକଙ୍କୁ ସୂଚନା ଦେଇ ଜଣାଇଛନ୍ତି ଯେ ‘ଏପ୍ରିଲ୍‌ ୨ ତାରିଖ ଅପରାହ୍ନରେ ଆମ ଘର ପାଖ ନଦୀ ନିକଟରୁ ଶବ୍ଦ ଶୁଭିଲା। ଆମେ ଯାଇ ଦେଖିଲୁ ଯେ ଦଳେ ବାଂଲାଦେଶୀ ମହିଳା ଜଣକୁ ବଳପୂର୍ବକ ଭାରତ ପଠାଇବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କୁ ବିଜିପି ଉତ୍ସାହିତ କରୁଛି।’

ସମ୍ବନ୍ଧିତ ଖବର