ନିଜ କାର ନମ୍ବରରେ ଲଟେରି କିଣି ୪୦ ଲକ୍ଷ ଜିତିଲେ ମହିଳା

ମେରିଲାଣ୍ଡ : ବେଳେବେଳେ ଭାଗ୍ୟ ଏପରି ଖେଳ ଦେଖାଏ ଯେ, ରାସ୍ତାର ଭିକାରୀ କୋଟିପତି ହୋଇଯାଏ ତ କୋଟିପତି କ୍ଷଣକରେ ରାସ୍ତାକୁ ପଳାଇଆସେ । ଆମେରିକାର ମେରିଲାଣ୍ଡରେ ଏପରି ଏକ ଖେଳ ଦେଖାଇଛନ୍ତି ଭାଗ୍ୟଦେବୀ ।

ଭାଗ୍ୟଦେବୀ ପ୍ରସନ୍ନ ହେବାରୁ ମେରିଲାଣ୍ଡର ଜଣେ ମହିଳା ମାଲାମାଲ ହୋଇଯାଇଛନ୍ତି । ସେ ବାଲଟିମୋରର ଏକ ରେସ୍ତୋରାଁରେ ଅଟକି ଥିବାବେଳେ ଏକ ଲଟେରି ବିଷୟରେ ଜାଣିବାକୁ ପାଇଲେ । ମାତ୍ର ୧ ଡଲାର ଦେଇ ସେ ଲଟେରିରେ ଭାଗ ନେଲେ । ଲଟେରିର ନମ୍ବର ବାଛିବା ବେଳକୁ ସେ କଣ ଭାବିଲେ କେଜାଣି, ନିଜର ପୁରୁଣା କାରର ନମ୍ବର ଅନୁସାରେ ନମ୍ବରଟିଏ ବାଛିଲେ । ଏହାର କିଛି ଦିନ ପରେ ଯାହା ହେଲା ସେ ବିଶ୍ବାସ କରିପାରିଲେ ନାହିଁ । ତାଙ୍କର ଉକ୍ତ ନମ୍ବରରେ ହିଁ ଲଟେରି ଉଠିଥିଲା । ଉକ୍ତ ନମ୍ବରକୁ ସେ ବାରମ୍ବାର ମିଳାଇ ଦେଖିଲେ, ତାହା ହିଁ ଜିତିଥିଲା ।  ସେ ୫୦ ହଜାର ଡଲାରର ପୁରସ୍କାର ରାଶି ଜିତିଥିଲେ । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେବ ପ୍ରାୟ ୪୦ ଲକ୍ଷ ଟଙ୍କା ।

ଗତ କିଛି ଦିନ ହେଲା ଆର୍ଥିକ ସଂକଟରେ ଚଳୁଥିବା ଉକ୍ତ ମହିଳାଙ୍କ ପାଇଁ ଏହା ଭଗବାନଙ୍କର ଏକ ବଡ଼ ସହାୟତା ଥିଲା । ଏହି ଅର୍ଥରେ ସେ ନିଜର କିଛି ପୁରୁଣା ବକେୟା ପରିଶୋଧ କରିଛନ୍ତି, ନିଜ କାରର ମରାମତି କରିଛନ୍ତି ଓ ପିଲାମାନଙ୍କ ଚିକିତ୍ସା ବାବଦରେ ବ୍ୟୟ କରିଛନ୍ତି ।

 

ସମ୍ବନ୍ଧିତ ଖବର