ଉହାନ୍‌ ବାସିନ୍ଦାଙ୍କ ଉଦ୍‌ବେଗ: ଆମକୁ ବନ୍ଦୀ କରି ରଖାଯାଇଛି

ବେଜିଂ: ଉହାନ୍‌ରେ ଏବେ ୨୪ ଘଣ୍ଟା‌ କଟକଣା ଜାରି କରାଯାଇଛି। ଲୋକମାନେ ଘରୁ ବାହାରକୁ ପାଦ କାଢ଼ି ପାରୁନଥିବାରୁ ଏବେ ସୋସିଆଲ ମିଡିଆରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକେ ନିଜର ମାନବିକ ଅଧିକାର ହରାଇ ବସିଥିବା ନେଇ ସୋସିଆଲ ମିଡିଆ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଅନେକ ଲୋକ କହିଛନ୍ତି ସେମାନଙ୍କୁ ବନ୍ଦୀ କରି ରଖାଯାଇଛି। ଘରୁ ବାହାରିବାକୁ ସୁଯୋଗ ମିଳୁନାହିଁ। କେହି ଘରୁ ପଦାକୁ ଗଲେ ପୁଣି ଘରକୁ ଫେରିବା ସମ୍ଭବ ହେଉନାହିଁ। ରାସ୍ତାରେ ଯାହାକୁ ଦେଖିଲେ ବି କମ୍ୟୁନିଷ୍ଟ ପାର୍ଟିର ସ୍ବେଚ୍ଛାସେବୀ ସେମାନଙ୍କୁ ଉଠାଇ ନେଉଛନ୍ତି। ବିନା କାରଣରେ ଯାଞ୍ଚ ଶିବିରରେ ଅଟକ ରଖାଯାଉଛି । ଏହାଦ୍ବାରା ସେମାନଙ୍କ ମାନବିକ ଅଧିକାର ଉଲ୍ଲଂଘନ ହୋଇଛି ବୋଲି ଅନେକ ଅଭିଯୋଗ କରିଛନ୍ତି। ଗତ ରବିବାରଠାରୁ ହୁୱେଇରେ ପୁଣି କଟକଣା କଠୋର କରାଯାଇଛି।

ସମ୍ବନ୍ଧିତ ଖବର