ଆମେଥି‌ରେ ପୂର୍ବ ସେନା ଅଧିକାରୀଙ୍କୁ ପିଟି ପିଟି ହତ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ହିଂସା ଓ ଅପରାଧର ମାତ୍ରା‌ ଚରମ ସୀମାରେ ପହଞ୍ଚିଛି। ଉତ୍ତରପ୍ରଦେଶର ଆମେଥି ଜିଲ୍ଲାରେ ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ପିଟିପିଟି ହତ୍ୟା କରାଯିବା ବିଷୟ ଏବେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଗତ ଶନିବାର ରାତିରେ କମରୌଲି ଥାନା ଅଧୀନସ୍ଥ ଗୋଦିୟାନ କା ପୂର୍ବ ଗ୍ରାମରେ ଏହି ଘଟଣା ଘଟିଥିଲା। ପୂର୍ବତନ ସେନା ଅଧିକାରୀ କ୍ୟାପଟେନ୍‌ ଅମନଉଲ୍ଲାଙ୍କ ଘର ନିକଟସ୍ଥ ଏକ ଦୋକାନରୁ କିଛି ଦୁର୍ବୃତ୍ତ ଚୋରି ଉଦ୍ୟମ କରିବାବେଳେ ସେ ଏହାର ବିରୋଧ କରିଥିଲେ। ଘଟଣା ସମ୍ପର୍କରେ ପୁଲିସରେ ଜଣାଇବେ ବୋଲି ଧମକ ଦେବାପରେ ଦୁର୍ବୃତ୍ତମାନେ ତାଙ୍କ ଘରକୁ ପଶି ତାଙ୍କୁ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଆକ୍ରମଣକାରୀମାନେ କ୍ୟାପଟେନ ଅମନଉଲ୍ଳାଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। କ୍ୟାପଟେନ୍‌ଙ୍କ ପତ୍ନୀ ଏବଂ ତାଙ୍କ ପୁଅ କହିଛନ୍ତି ଯେ ଆକ୍ରମଣକାରୀମାନେ ତାଙ୍କ ତଣ୍ଟି ଚିପି ମାରିଦେବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧିତ ଖବର