ଯୋଗୀ ସରକାରଙ୍କ ବଡ଼ ଘୋଷଣା: ରାଜ୍ୟର ୧କୋଟି ଯୁବକଙ୍କୁ ମିଳିବ ସ୍ମାର୍ଟଫୋନ, ସରକାରୀ ଚାକିରିଆଙ୍କୁ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି । ଏହି ବଜେଟରେ ୩ଟି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଭତ୍ତା, ୧ କୋଟି ଯୁବକଙ୍କୁ ମାଗଣା ସ୍ମାର୍ଟଫୋନ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ ରାଜ୍ୟର ମାଫିଆମାନଙ୍କଠାରୁ ଜବତ କରାଯାଇଥିବା ଜମିରେ ଗରିବ ଲୋକଙ୍କ ପାଇଁ ଘର, ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେବାକୁ ବି ଯୋଗୀ ସରକାର ପାରିତ କରିଥିବା ବଜେଟରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ରାଜ୍ୟର ଓକିଲମାନଙ୍କ ସୁରକ୍ଷା ପାଇଁ ବଜେଟରେ ଅତିରିକ୍ତ ଅର୍ଥ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Yogi Adityanath lists steps taken to empower women on Women's Day
OpIndia

ଉତ୍ତରପ୍ରଦେଶ ବିଧାନସଭାରେ ବଜେଟ ଅଧିବେଶନ ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ପ୍ରତି ବ୍ୟକ୍ତିଙ୍କ ଆୟ ୨ ଗୁଣା ବଢିଛି । ପ୍ରଥମେ ରାଜ୍ୟ ଦଙ୍ଗା ଓ ଭ୍ରଷ୍ଟାଚାରରେ ୧ ନମ୍ବର ଥିବା ବେଳେ ଏବେ ବିକାଶରେ ୧ ନମ୍ବର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଅନ୍ୟପଟେ ବିରୋଧୀମାନଙ୍କୁ ଟାର୍ଗେଟ କରି ଯୋଗୀ କହିଥିଲେ ଯେ, ଯେଉଁ ଲୋକମାନେ ରାମଙ୍କୁ ନେଇ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଉଥିଲେ ସେମାନେ ଆଜି ରାମଙ୍କର ବଡ଼ ଭକ୍ତ ବୋଲି କହିଲେଣି ।

ସମ୍ବନ୍ଧିତ ଖବର