ସଙ୍ଗରୋଧରେ ରହିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର କିଛି ଅଧିକାରୀ କରୋନାଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଯୋଗୀ ଆଦିତ୍ୟନାଥ ଅଲଗା ହୋଇଯାଇ ଆଜି ସନ୍ଧ୍ୟାରୁ ସଙ୍ଗରୋଧରେ ରହିଛନ୍ତି।

ଏ ନେଇ ନିଜ ଟୁଇଟର ହାଣ୍ଡେଲରେ ଉଲ୍ଲେଖ କରିବା ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି ଯେ ମୋ କାର୍ଯ୍ୟାଳୟର କିଛି ଅଧିକାରୀ କରୋନାଭାଇରସ୍‌  ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ମୋ ସହିତ ଯୋଗାଯୋଗ କରୁଥିଲେ। ତେଣୁ, ସତର୍କତା ମୂଳକ ପଦକ୍ଷେପ ଭାବରେ ମୁଁ ନିଜକୁ ଅଲଗା କରିନେଇ ଗୃହ ସଙ୍ଗରୋଧରେ ରହିଛି ବୋଲି ସେ ଟୁଇଟ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ଜଳିତ ମାସ ପ୍ରାରମ୍ଭରେ ନେଇଥିଲେ।

ସମ୍ବନ୍ଧିତ ଖବର