ଆନ୍ଦୋଳନକାରୀଙ୍କ ଭଳି ବଂଶାଲି ବି ଦୋଷୀ :ଯୋଗୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମ ନିର୍ମାତା ବଂଶାଲିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବଂଶାଲି ଲୋକଙ୍କ ଭାବନା ସହ ଖେଳିବାରେ ଅଭ୍ୟସ୍ତ। ତେଣୁ ଦୀପିକା ଏବଂ ବଂଶାଲିଙ୍କୁ କେହି ହତ୍ୟା ଧମକ ଦେଇ ଯେତିକି ଦୋଷୀ, ତାହାଠାରୁ ଉଭୟ ଦୀପିକା ଏବଂ ବଂଶାଲି ମଧ୍ୟ କିଛି କମ୍‌ ଦୋଷୀ ନୁହନ୍ତି। ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ବଂଶାଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌ ବୋଲି ଯୋଗୀ କହିଛନ୍ତି। ଉତ୍ତରପ୍ରଦେଶରେ ଫିଲ୍ମ ରିଲିଜ୍‌ କରିବାକୁ ଦିଆଯିବନି ବୋଲି ପୂର୍ବରୁ କୁହାଯାଇଥିଲେ ମଧ୍ୟ ଆଜି ଯୋଗୀଙ୍କ ଏଭଳି ବୟାନ ଏହି ବିରୋଧର ସ୍ୱରକୁ ଅଧିକ ସୁଦୃଢ଼ କରିଛି।

ସମ୍ବନ୍ଧିତ ଖବର