ଆସନ ବଣ୍ଟାକୁ ନେଇ ବିଜେପିର ମନ୍ଥନ, ଆଜି ଦିଲ୍ଲୀ ଯିବେ ଯୋଗୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିଜେପିର ପ୍ରସ୍ତୁତି ଶେଷ ହୋଇଛି। ୧୦୭ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ବାକି ୨୯୬ ଆସନ ପାଇଁ ଖୁବ୍‌ ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦିଲ୍ଲୀ ଯାଉଛନ୍ତି। ଦିଲ୍ଲୀରେ ୟୁପି ବିଜେପି କୋର୍‌ ଗ୍ରୁପ୍‌ ବୈଠକରେ ସେ ଯୋଗ ଦେ‌ବେ। ଏଥିସହିତ ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ, ବିଜେପି ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ ଓ ସଂଗଠନ ମୁଖ୍ୟ ସୁନୀଲ ବଂଶଲ ମଧ୍ୟ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର