ଆନ୍ଧ୍ରପ୍ରଦେଶ ପରେ ଏବେ ତେଲେଙ୍ଗାନା ଉପରେ ଜଗନମୋହନଙ୍କ ଆଖି, ପ୍ରତିଷ୍ଠା ହେଲା ୱାଇଏସଆର ତେଲେଙ୍ଗାନା ପାର୍ଟି

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜସେଖର ରେଡ୍ଡୀଙ୍କ ଝିଅ ୱାଇଏସ ଶର୍ମିଲା ତାଙ୍କ ପିତାଙ୍କ ୭୨ ତମ ଜନ୍ମ ବାର୍ଷିକୀ ଅବସରରେ ନିଜର ନୂଆ ଦଳ ଆରମ୍ଭ କରିଛନ୍ତି | ଏହି ନୂଆ ଦଳର ନାମ ୱାଇଏସଆର ତେଲେଙ୍ଗାନା ପାର୍ଟି ରଖାଯାଇଛି| ଦଳ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶର୍ମିଲା କହିଛନ୍ତି ଯେ ଦଳରେ କଲ୍ୟାଣ, ଆତ୍ମନିର୍ଭରଶୀଳତା ଏବଂ ସମାନତା ଭଳି ୩ଟି ଏଜେଣ୍ଡା ଉପରେ ଧ୍ୟାନ ଦିଆଯାଇଛି ।

ଶର୍ମିଲା କହିଛନ୍ତି, ‘ଆଜି ୱାଇଏସଆରଙ୍କ ଜନ୍ମ ବାର୍ଷିକୀ ହୋଇଥିବାବେଳେ, ଆମ ପାଇଁ ଏହା ଏକ ପର୍ବ | ସେ ଆମକୁ ଯାହା ଦେଖାଇଛନ୍ତି ତାହା ଅନୁସରଣ କରିବାକୁ ଆମେ ଆଜି ୱାଇଏସଆର ତେଲେଙ୍ଗାନା ପାର୍ଟି ଆରମ୍ଭ କରୁଛୁ’ | ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ‘ଠିକ୍ ୧୦୦ ଦିନ ମଧ୍ୟରେ ସେ ତେଲେଙ୍ଗାନାରେ ଏକ ପଦଯାତ୍ରା ଆରମ୍ଭ କରିବେ।

ତେଲେଙ୍ଗାନା ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି ତଥାପି ଗୋଟିଏ ବି ଯୋଜନା ସଫଳ ହୋଇନାହିଁ। ସେ କିଛି କରିପାରିବେ ନାହିଁ। ‘ ସୂଚନା ଥାଉ କି ଯେ ଏହି କାର୍ଯ୍ୟକ୍ରମରେ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ମା ୱାଇଏସ ବିଜୟା ମଧ୍ୟ ଉପସ୍ଥିତ ଥିଲେ | ଆନ୍ଧ୍ରପ୍ରଦେଶରେ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ବିପୁଳ ଜନସମର୍ଥନ ପରେ ଏବେ ତେଲେଙ୍ଗାନା ଉପରେ ସେ ନଜର ପକାଇଥିବା ଚର୍ଚ୍ଚା ଚାଲିଛି |

ସମ୍ବନ୍ଧିତ ଖବର