ନୂଆ ରୂପରେ ଯୁବି

ନୂଆଦିଲ୍ଲୀ: ପୂର୍ବତନ ବିସ୍ଫୋରକ ଅଲ୍‌ରାଉଣ୍ଡର ଯୁବରାଜ ସିଂହଙ୍କୁ ଏବେ ନୂଆ ରୂପରେ ଦେଖିବାକୁ ମିଳିଛି। ନିକଟରେ ସଡ଼କ ସୁରକ୍ଷା ବିଶ୍ବ ସିରିଜ୍‌ରେ ଭାରତୀୟ ଲିଜେଣ୍ଡ୍‌ସକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ନେଇଥିବା ଯୁବି ନିଜର ନୂଆ ଚେହେରାକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିବା ସମସ୍ତଙ୍କୁ ଚକିତ କରିଛି। ମୋ ଚୁଟିକୁ ଦେଖ ବୋଲି ଯୁବି କହିଛନ୍ତି। ନୂଆ ରୂପ ଠିକ୍‌ ଲାଗୁଛି ନା ନାହିଁ କହିବାକୁ ଯୁବି ମଧ୍ୟ ପ୍ରଶଂସକମାନଙ୍କୁ ପଚାରିଛନ୍ତି। ଏହାର ଉତ୍ତରରେ ଭାରତୀୟ ଦଳର ବାମହାତୀ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧାୱନ୍‌ ‘‘ପାଜି ପୁରର୍‌ ବାଦ୍‌ଶାହା ଲଗ୍‌ ରହେ ହୋ’’ ବୋଲି ଲେଖିଛନ୍ତି। ସେହିପରି ପୂର୍ବତନ ଅଲ୍‌ରାଉଣ୍ଡର ତଥା ସଡ଼କ ସୁରକ୍ଷା ବିଶ୍ବ ସିରିଜ୍‌ ଭାରତୀୟ ଲିଜେଣ୍ଡ୍‌ସ ଦଳର ସଦସ୍ୟ ଇର୍ଫାନ୍‌ ପଠାନ୍‌ ମଧ୍ୟ ଯୁବିଙ୍କ ନୂଆ ଲୁକ୍‌କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର