ରାଜ୍ୟରେ ୩୬୫୦ ନୂଆ କରୋନା ଆକ୍ରାନ୍ତ, ୪୪ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ସହିତ ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୧୨ ଜଣ, ବାଲେଶ୍ୱରରୁ ୨୭୮ ଜଣ, ବରଗଡ଼ରୁ ୪୫ ଜଣ, ଭଦ୍ରକରୁ ୧୭୦ ଜଣ, ବଲାଙ୍ଗୀରରୁ ୧୬ ଜଣ, ବୌଦ୍ଧରୁ ୪୧ ଜଣ, କଟକରୁ ୪୮୫ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୧୧୦ ଜଣ, ଗଜପତିରୁ ୮ ଜଣ, ଗଞ୍ଜାମରୁ ୧୪ ଜଣ, ଜଗତସିଂହପୁରରୁ ୧୩୮ ଜଣ, ଯାଜପୁରରୁ ୩୩୨ ଜଣ, ଝାରସୁଗୁଡ଼ାରୁ ୮ ଜଣ, କଳାହାଣ୍ଡିରୁ ୨୩ ଜଣ, କନ୍ଧମାଳରୁ ୨୬ ଜଣ, କେନ୍ଦ୍ରାପଡ଼ାରୁ ୧୦୬ ଜଣ, କେନ୍ଦୁଝରରୁ ୬୮ ଜଣ, କୋରାପୁଟରୁ ୧୦୪ ଜଣ, ମାଲକାନଗିରିରୁ ୬୭ ଜଣ, ମୟୁରଭଞ୍ଜରୁ ୧୪୫ ଜଣ, ନବରଙ୍ଗପୁରରୁ ୬୯ ଜଣ, ନୟାଗଡ଼ରୁ ୧୨୨ ଜଣ, ନୂଆପଡ଼ାରୁ ୧୦ ଜଣ, ପୁରୀରୁ ୧୮୭ ଜଣ, ରାୟଗଡ଼ାରୁ ୧୦୬ ଜଣ, ସମ୍ୱଲପୁରରୁ ୩୫ ଜଣ, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୧୦୬ ଓ ଷ୍ଟେଟ ପୁଲରୁ ୮୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୯୦୫୯୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୮୫୩୦୧୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୩୭୭୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତ ୨୪ ଘଣ୍ଟାରେ ୪୦୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର