ଟିକେଟ କଟାକୁ ନେଇ ବିଜେପିରେ ଅସନ୍ତୋଷ କୁହୁଳୁଛି, ଅଫିସ ଆଗରେ ଧାରଣାରେ ବସିଲେ ସମର୍ଥକ

ଭୁବନେଶ୍ୱର : ବିଜେଡ଼ି ପରେ ଏବେ ବିଜେପିରେ ମଧ୍ୟ ଟିକେଟ କଟାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗତକାଲି ବିଜେପି ପକ୍ଷରୁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଟିକେଟ ପାଇଥିବା ଆଶାୟୀମାନେ ନିରାଶ ହୋଇଛନ୍ତି । ଏକାମ୍ର ଭୁବନେଶ୍ୱର ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥିବା ବିଜେପି ନେତା ଅମୀୟ ଦାସଙ୍କୁ ଟିକେଟ ଦିଆଯାଇନାହିଁ । ତାଙ୍କ ସ୍ଥାନରେ ବିଜେଡିରୁ ଆସିଥିବା ବାବୁ ସିଂଙ୍କୁ ଟିକେଟ ଦିଆଯାଇଛି । ଏହା ଫଳରେ ଅମୀୟଙ୍କ ସମର୍ଥକମାନେ ଆଜି ସକାଳେ ରାଜ୍ୟ ବିଜେପି ଅଫିସ ଆଗରେ ଧାରଣାରେ ବସିଛନ୍ତି । ଆହୁରି ଅନେକ ଅଶାୟୀଙ୍କ ଟିକେଟ କଟିଥିବାରୁ ସେମାନଙ୍କ ସମର୍ଥକମାନେ ମଧ୍ୟ ବିରୋଧ ଆରମ୍ଭ କରିଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ବିଜେପି ପକ୍ଷରୁ ୧୦ଟି ଲୋକସଭା ଆସନ ଓ ୯୯ଟି ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରାଯାଇଛି । ଏହି ତାଲିକାରେ ବିଜେଡିରୁ ଆସିଥିବା ଦାମ ରାଉତ,କୁସୁମ ଟେଟେଙ୍କ ନାଁ ରହିଛି ।

ସମ୍ବନ୍ଧିତ ଖବର