ମୁହାଁମୁହିଁ ନ ଭେଟି ସ୍କାଇପ୍ ମାଧ୍ୟମରେ ଜେଲରେ କଏଦୀଙ୍କୁ ଭେଟିବେ ସମ୍ପର୍କୀୟ, ମଦ ଗ୍ରାହକଙ୍କୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମଦ ଗ୍ରାହକଙ୍କୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ । ସାମାଜିକ ଦୂରତ୍ୱ ନେଇ ଆଜି ମାର୍ଗଦର୍ଶିକା ଜାରି ହୋଇଛି । ଏନେଇ ଏପିସି ପ୍ରଦୀପ୍ତ ମହାପାତ୍ରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ମଦ ଗ୍ରାହକଙ୍କୁ ସାନିଟାଇଜେସନ୍ କରିବାକୁ ଦୋକାନ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଭାଇରସକୁ ନେଇ ରାଜ୍ୟ ସରକାର ଅନେକ ସଚେତନତାମୂଳକ ପଦକ୍ଷେପ ନେଇଥିବା ବେଳେ ମଦ ଦୋକାନରେ ଭିଡ ନଜମାଇବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ପୋଖରୀ ପାଣି ମଧ୍ୟ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ସବୁ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି |

ସେହିପରି ଜେଲରେ ଥିବା କଏଦୀଙ୍କ ପାଇଁ ଇ-ମୁଲାକାତ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଆଜି ଏ ବାବଦରେ ସୂଚନା ଦେଇଛନ୍ତି | ଜେଲ ଡିଜିଙ୍କ ସୂଚନା ମୁତାବକ ଆଜିଠୁ ସବୁ ଜେଲରେ ଇ-ମୁଲାକାତ ବ୍ୟବସ୍ଥା ଲାଗୁ କରାଯାଇଛି । ଜିଲ୍ଲା ମୁଖ୍ୟ କାରାଗାରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

54.254.97.154

ଜେଲର ଭିଜିଟର୍ ରୁମରେ ଲାପଟପ ଓ ସ୍କାଇପ ବ୍ୟବସ୍ଥା କରାଯାଇଛି | ସ୍କାଇପ ମାଧ୍ୟମରେ ସମ୍ପର୍କୀୟ କଏଦୀଙ୍କୁ ଭେଟିଛନ୍ତି । ଚୌଦ୍ୱାର ଜେଲରେ ୨୫ ଜଣରୁ ଅଧିକ ଇ-ମୁଲାକାତ କଲେଣି ବୋଲି ଜେଲ ଡିଜି କହିଛନ୍ତି । ସେହିପରି ପାରୋଲରେ ଥିବା କଏଦୀଙ୍କୁ ସାନିଟାଇଜ୍ ପରେ ଜେଲ୍ ପ୍ରବେଶ ଅନୁମତି ଦିଆଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି |

ସମ୍ବନ୍ଧିତ ଖବର